www.samajalive.in
Tuesday, December 9, 2025
16.1 C
Bhubaneswar

କଟକ ସେଣ୍ଟ ଜାଭିୟର୍ସରେ ବାସ୍କେଟ ବଲ ମହାକୁମ୍ଭ

କଟକ: ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ବର୍ଷରେ ବିଦ୍ୟାଳୟ ତରଫରୁ ସିବିଏସଇ ବାସ୍କେଟ୍ ବଲ୍ ଟୁର୍ଣ୍ଣାମେଣ୍ଟ କ୍ଲଷ୍ଟର-୨ର ଆୟୋଜନ କରାଯାଇଛି। ଆସନ୍ତାକାଲି (ଗୁରୁବାର) ଠାରୁ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜବାହାର୍ ଲାଲ ଇଣ୍ଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୪ ବର୍ଷ, ୧୭ ବର୍ଷ ଓ ୨୧ ବର୍ଷ ବୟସ ବର୍ଗରେ ଓଡ଼ିଶା, ଛତିଶଗଡ ଓ ପଶ୍ଚିମବଙ୍ଗର ୮୦ଟି ଦଳରେ ୧୫୦୦ରୁ ଅଧିକ ଖେଳାଳୀ ଯୋଗ ଦେବେ।

ମଙ୍ଗଳବାର ସ୍ଥାନୀୟ ଓସିଏ କନଫରେନ୍ସ ହଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ମିଳିଥିବା ସୂଚନା ଅନୁଯାୟୀ, ୧୯ ତାରିଖ ସକାଳ ୧୦ଟା ବେଳେ ସ୍ଥାନୀୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସିବିଏସଇ ବାସ୍କେଟ ବଲ ଟୁର୍ଣ୍ଣାମେଣ୍ଟ କ୍ଳଷ୍ଟର-୨ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସିଏମସି ମେୟର ସୁବାସ ସିଂ, ସମ୍ମାନିତ ଅତିଥି ଭାବେ କଟକ ବାରବାଟି ବିଧାୟିକା ସୁଶ୍ରୀ ସୋଫିଆ ଫିର୍ଦୋସ, ସିବିଏସଇ ଭୁବନେଶ୍ବରର ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସ, ଓଡ଼ିଶା ଫୁଟବଲ୍ ଆସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

- Advertisement -

ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ବିଦ୍ୟାଳୟର ବାଳକ ବାଳିକା ଦଳ ଅଂଶ ଗ୍ରହଣ କରୁଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରିୟଦର୍ଶୀ ନାୟକ କାର୍ଯ୍ୟକ୍ରମର ସଫଳତା ବ୍ୟକ୍ତ କରିଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories