www.samajalive.in
Friday, December 5, 2025
27.1 C
Bhubaneswar

୧୯ରୁ ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚ; ରୋହିତ କହିଲେ ବାଂଲାଦେଶ ବିପକ୍ଷରେ କିଛି ନୂଆ କରିବା ଆବଶ୍ୟକ ନାହିଁ

ସମାଜ ଡିଜିଟାଲ ଡେସ୍କ: ଆସନ୍ତାକାଲିଠାରୁ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ ଖେଳିବ। ମ୍ୟାଚ ପୂର୍ବରୁ ମଙ୍ଗଳବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ପାକିସ୍ତାନ ମାଟିରେ ବାଂଲାଦେଶ ୨-୦ରେ ଟେଷ୍ଟ ଶୃଙ୍ଖଳା ଜିତି ଭାରତ ଆସିଛି। ଦଳର ଫାଷ୍ଟ ବୋଲର ନାହିଦ୍‌‌ ରାଣା ଘଣ୍ଟା ପ୍ରତି ୧୫୦ କି.ମିରୁ ଅଧିକ ଗତିରେ ବୋଲିଂ କରୁଛନ୍ତି। ଏହାକୁ ଭାରତ କିଭଳି ସାମ୍ନା କରିବ ପ୍ରଶ୍ନରେ ରୋହିତ କିଛି ଗୁରୁତ୍ୱ ନଦେଇ କହିଛନ୍ତି ଯେ ବାଂଲାଦେଶ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ କିଛି ନୂଆ କରିବା ଆବଶ୍ୟକତା ହିଁ ନାହିଁ। ରୋହିତଙ୍କ କହିବା କଥା ସମସ୍ତ ଦଳ ଭାରତକୁ ପରାସ୍ତ କରିବାକୁ ଚାହାନ୍ତି। ଏହା ସେମାନଙ୍କ ପାଇଁ ଗର୍ବର ବିଷୟ। ଭାରତକୁ ପରାସ୍ତ କରିପାରିବେ ବୋଲି ସେମାନେ ଖୁସି ହୁଅନ୍ତୁ। ଆମର କାମ ହେଲା ମ୍ୟାଚ କିପରି ଜିତିବୁ, ତାହା ଉପରେ ଫୋକସ କରିବା। ପ୍ରତିପକ୍ଷ ଆମ ବିଷୟରେ କଣ ଚିନ୍ତା କରୁଛନ୍ତି ତାହା ଭାବିବା ଆମର କାମ ନୁହେଁ। ଭାରତ ବିଶ୍ୱର ଅନ୍ୟ ୧୦ଟି ଦଳ ସହିତ ମ୍ୟାଚ ଖେଳିଛି, ଆମ ଯୋଜନାରେ ବିଶେଷ କିଛି ପରିବର୍ତ୍ତନର ଆବଶ୍ୟକତା ନାହିଁ। ବାଂଲାଦେଶ ବିପକ୍ଷରେ ଆମର ରଣନୀତି ଏହା ଯେ ଆମକୁ ନିଜ ଖେଳ ୁପରେ ଫୋକସ୍‌‌ ରଖିବାକୁ ହେବ। ନଭେମ୍ବରରେ ବର୍ଡର ଗାଭାସ୍କର ଟ୍ରଫି ଥିବାରୁ ଖେଳାଳୀଙ୍କୁ ବିଶ୍ରାମ ଦେବା ଉପରେ ରୋହିତ ଗୁରୁତ୍ୱ ଦେଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories