www.samajalive.in
Friday, December 5, 2025
16.1 C
Bhubaneswar

ଆଜି ବଦଳିବ ଏସବୁ ରାଶିଙ୍କ ଭାଗ୍ୟ: ବୁଧବାର ରାଶିଫଳ

ମେଷ: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। କୃଷକଙ୍କ ନେତୃତ୍ବ ନେଇ ଚଳିତ ଖରିଫ ଫସଲରୁ ଅଧିକ ଉତ୍ପାଦନ ପାଇଁ ବୈଷୟିକ ତାଲିମ ନେଇପାରନ୍ତି। ଯାନବାହନ ସୁଖ ମିଳିବ।
ବୃଷ: ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇ ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ। ଅନୁଜମାନଙ୍କ ଭକ୍ତିଭାଜନ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ନିର୍ଭରଶୀଳ ନ ହୋଇ ଏକାକୀ ବିଜୟୀ ହେବେ।
ମିଥୁନ: ଶ୍ରୀତ କମଳା ପାଦପଦ୍ମଧ୍ୟାୟୀ ବାଣିଜ୍ୟ କାରବାରରୁ ଧନ ଆହରଣ କରିବାରେ ପାରଙ୍ଗମ ହେବେ। ଆଚରଣରେ ଭଦ୍ରତା ଓ ଉଚ୍ଚାରଣରେ ମଧୁରତା ଯୋଗୁଁ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରନ୍ତି।

କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେତୁ ପୂର୍ବାହ୍ଣରେ ବିଭୁ ଆଶୀର୍ବାଦ ଓ ପ୍ରଭୁ ପ୍ରସାଦ ପାଇଥିବାବେଳେ ଅପହରାହ୍ଣରେ ପରିବାର ଓ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ନେହାଶିଷ ଦେଇପାରନ୍ତି। ଭୋଗ ଭିତରେ ତ୍ୟାଗକୁ ଗ୍ରହଣ କରିବେ।

- Advertisement -

ସିଂହ: ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି। ବାତ୍ସଲ୍ୟ ମମତାରେ ଉଦ୍‌ବୁଦ୍ଧ ହୋଇ ନିଜର ଆଶ୍ରିତ ଓ ଅନୁଗତମାନଙ୍କର ଜୀବନକୁ ମଧୁମୟ କରିପାରନ୍ତି। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ହେବେ।
କନ୍ୟା:ଆୟୁଷ୍ମାନ୍‌ ହେବେ। ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହେବେ। ଚେଷ୍ଟା ଫଳବତୀ ହେବ। ଧୀ’ଶକ୍ତିସମ୍ପନ୍ନ ହେବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଠ ହେବେ।
ତୁଳା: ଈପ୍‌ସିତ ପଦାର୍ଥ ପ୍ରାପ୍ତିର ସୁଯୋଗ ଅଛି। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ମାନବବାଦର ଚେତନାକୁ ଉପସ୍ଥାପନ କରି ସମର୍ପିତ ଜୀବନଯାପନ କରିବେ। କର୍ମକ୍ଷେତ୍ରରୁ ଯଥାର୍ଥ ପାରିତୋଷିକ ପାଇବେ।
ବିଛା:ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ। ଭୋଗୀ ହେଲେ ବି ସେହି ଭୋଗ ଭିତରେ ତ୍ୟାଗ ଓ ସୃଜନଶୀଳତା ମଧ୍ୟ ରହିଛି। ଅନ୍ୟମନସ୍କ ନ ହୋଇ ମନକୁ ସ୍ଥିର ରଖିଲେ ସବୁ ସାଧ୍ୟ ହେବ।
ଧନୁ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ବିପଦକୁ ଏଡ଼ାଇ ଦେଇ ପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ପାପତାପ ପରିହାରକ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।
ମକର: ଦିନଟି ଶିବମୟ ହୋଇପାରେ। ଧର୍ମ ଧ୍ବଜାଧାରୀର ଅଭିନୟ କରିପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ।
କୁମ୍ଭ:କର୍ମଚଞ୍ଚଳ ରହିବେ। ଅଧ୍ୟବସାୟରେ ମଗ୍ନ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ଲୋକଙ୍କ ପ୍ରଶଂସାଭାଜନ ହେବେ। ସୁସ୍ଥ ରହିବେ।
ମୀନ: ପାଇବାକୁ ଥିବା ଧନରେ ଭଣ୍ଡାର ସମ୍ପ୍ରସାରିତ କରିପାରନ୍ତି। ସ୍ବକାର୍ଯ୍ୟରେ ନିଷ୍ଠାପର ଓ ନିରବଚ୍ଛିନ୍ନ ଭାବେ ମନୋନିବେଶ କଲେ ଧନ ସହିତ ସମ୍ମାନ ଆପେ ଆପେ ଆସିଯିବ। ତେଜୀୟାନ ଓ ଜ୍ଞାନୀ ହେବେ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories