www.samajalive.in
Saturday, December 6, 2025
23.1 C
Bhubaneswar

ସୂର୍ଯ୍ୟ ଟି୨୦ ଅଧିନାୟକ; ଦିନିକିଆ ଖେଳିବେ ରୋହିତ, କୋହଲି

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବ ଭାରତୀୟ ଟ୍ବେଣ୍ଟି୨୦ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଗୁରୁବାର ଶ୍ରୀଲଙ୍କା ଗସ୍ତରେ ଟ୍ବେଣ୍ଟି୨୦ ଓ ଦିନିକିଆ ଶୃଙ୍ଖଳା ଲାଗି ପୃଥକ୍ ଭାରତୀୟ ଦଳ ଘୋଷଣା କରାଯାଇଛି। ଟି୨୦ ବିଶ୍ବ ଚମ୍ପିଆନ୍‌ ଭାରତୀୟ ଦଳରେ ହାର୍ଦିକ ପାଣ୍ଡ୍ୟା ଉପଅଧିନାୟକ ଥିଲେ ହେଁ ସୂର୍ଯ୍ୟକୁମାର ଯାଦବ ନୂଆ ଟ୍ବେଣ୍ଟି୨୦ ଅଧିନାୟକ ଦାୟିତ୍ବ ପାଇଛନ୍ତି। ୨୦୨୬ ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ଦେଖି ଭାରତ ଦୀର୍ଘସୂତ୍ରୀ ଯୋଜନା କରିବା ସହ ସୂର୍ଯ୍ୟକୁମାରଙ୍କୁ ନେତୃତ୍ବ ଦେଇଛି। ହାର୍ଦିକ ଟ୍ବେଣ୍ଟି୨୦ ଦଳରେ ଥିଲେ ହେଁ ଶୁବ୍‌ମାନ ଗିଲ୍‌ଙ୍କୁ ଉଭୟ ଦିନିକିଆ ଓ ଟି୨୦ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି। ଜୁନ୍‌ ୨୭, ୨୮ ଓ ୩୦ରେ ପାଲ୍ଲେକେଲେରେ ହେବାକୁ ଥିବା ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଅଧିନାୟକ ଭାବେ ସୂର୍ଯ୍ୟକୁମାରଙ୍କ ପ୍ରଥମ ଦାୟିତ୍ବ ହେବ। ପୁଣି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଗୌତମ ଗମ୍ଭୀର ଶ୍ରୀଲଙ୍କା ମାଟିରୁ ତାଙ୍କ ନୂତନ ଭୂମିକା ଆରମ୍ଭ କରିବେ।

ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରୁ ରୋହିତ ଅବସର ନେବା ଯୋଗୁଁ ଭାରତ ନୂତନ ଟି୨୦ ଅଧିନାୟକ ସନ୍ଧାନରେ ଥିଲା। ହାର୍ଦିକ ୩ଟି ଦିନିକିଆ ଓ ୧୬ଟି ଟ୍ବେଣ୍ଟି୨୦ରେ ଭାରତର ନେତୃତ୍ବ ନେଇଛନ୍ତି। ପୁଣି ଆଇପିଏଲ୍‌ରେ ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସର ନେତୃତ୍ବ ମଧ୍ୟ ନେିଛନ୍ତି। ହାର୍ଦିକ ପାଣ୍ଡ୍ୟା ନିୟମିତ ଆହତ ହେଉଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସ୍ଥାୟୀ ଟ୍ବେଣ୍ଟି୨୦ ଅଧିନାୟକ ନିଯୁକ୍ତି ମିଳିଛି। ୨୦୨୨ରୁ ହାର୍ଦିକ ୭୯ଟି ଟ୍ବେଣ୍ଟି୨୦ରୁ ୪୬ଟି ଖେଳିଛନ୍ତି। ଦିନିକିଆ ବିଶ୍ବକପ୍‌ରେ ଆହତ ହୋଇଥିବା ହାର୍ଦିକ ଆଇପିଏଲ୍‌ରେ ଫେରିଥିଲେ। ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ଭାରତ ଟି୨୦ ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ୪-୧ରେ ହରାଇଥିବା ବେଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୃଙ୍ଖଳା ୧-୧ରେ ଡ୍ର ରଖିଥିଲା। ହାର୍ଦିକଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିନାହିଁ। ଜିମ୍ବାୱେରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଆସାମର ରିୟାନ ପରାଗ ଉଭୟ ଟ୍ବେଣ୍ଟି୨୦ ଓ ଦିନିକିଆ ଦଳରେ ରହିଛନ୍ତି। ୱାଶିଂଟନ ସୁନ୍ଦର, ଖଲିଲ ଅହମ୍ମଦ ଓ ଶିବମ୍ ଦୁବେ ମଧ୍ୟ ଉଭୟ ଦଳରେ ରହିଛନ୍ତି। ଶ୍ରୀଲଙ୍କା ଗସ୍ତରୁ ଦୁଇ ବ୍ୟାଟିଂ ଭେଟେରାନ୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ମିଳିବ ବୋଲି ଆଲୋଚନା ହେଉଥିଲେ ହେଁ ଦୁହେଁ ଦିନିକିଆ ଦଳରେ ରହିଛନ୍ତି। ତେ​‌େ​‌ବ ଉଭୟ ଶୃଙ୍ଖଳାରୁ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି। ଋଷଭ ପନ୍ତ୍‌ଙ୍କୁ ମଧ୍ୟ ବିଶ୍ରାମ ମିଳିନାହିଁ ଏବଂ ଉଭୟ ଦଳରେ ସେ ରହିଛନ୍ତି। କେ.ଏଲ୍‌. ରାହୁଲ ଦିନିିଆ ଦଳକୁ ଫେରିଛନ୍ତି। ଦିଲ୍ଲୀର ପେସ୍‌ ବୋଲର ହର୍ଷିତ ରାଣାଙ୍କୁ ଦିନିକିଆ ଦଳରେ ରଖାଯାଇଛି। ପରାଗ ଓ ହର୍ଷିତ ଦିନିକିଆରେ ନୂଆ ମୁହଁ। ଟ୍ବେଣ୍ଟି୨୦ ଶୃଙ୍ଖଳା ପରେ ଅଗ​‌ଷ୍ଟ ୨, ୪ ଓ ୭ରେ ୩ଟି ଦିନିକିଆ ମ୍ୟାଚ୍‌ କଲମ୍ବୋରେ ଖେଳାଯିବ।

- Advertisement -

ଟ୍ବେଣ୍ଟି୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବ୍‌ମାନ ଗିଲ୍‌ (ଉପଅଧିନାୟକ), ଯଶସ୍ବୀ ଜୟସୱାଲ, ରିଙ୍କୁ ସିଂହ, ରିୟାନ ପରାଗ, ଋଷଭ ପନ୍ତ୍ ଓ ସଞ୍ଜୁ ସାମ୍‌ସନ (ୱିକେଟ୍‌ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଖଲିଲ ଅହମ୍ମଦ ଓ ମହମ୍ମଦ ସିରାଜ୍।

ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବ୍ମାନ ଗିଲ୍‌ (ଉପଅଧିନାୟକ), ବିରାଟ କୋହଲି, କେ.ଏଲ୍‌. ରାହୁଲ ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ଶ୍ରେୟାସ ଆୟର, ଶିବମ୍ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ୍, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ରିୟାନ୍ ପରାଗ, ଅକ୍ଷର ପଟେଲ, ଖଲିଲ ଅହମ୍ମଦ ହର୍ଷିତ ରାଣା

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories