www.samajalive.in
Sunday, December 7, 2025
14.1 C
Bhubaneswar

ବିବାହର ୪ବର୍ଷ ପରେ ଅଲଗା ହେଲେ ହାର୍ଦ୍ଦିକ-ନତାଶା

ନୂଆଦିଲ୍ଲୀ: ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାଙ୍କୋଭିଚ୍ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ହାର୍ଦ୍ଦିକ ନିଜେ ସାମାଜିକ ଗଣମାଧ୍ୟମରେ ଗୁରୁବାର ଏହା ସ୍ବୀକାର କରିଛନ୍ତି। ହାର୍ଦ୍ଦିକ ଲେଖିଛନ୍ତି, ୪ ବର୍ଷ ଏକାଠି ରହିବା ପରେ ନତାଶା ଓ ମୁଁ ଆପୋଷ ଭାବେ ପୃଥକ୍ ହେବାକୁ ନିଷ୍ପତ୍ତି ନେଇଛୁ। ଆ‌େମ ପରସ୍ପରଙ୍କୁ ଆମର ଶ୍ରେଷ୍ଠ ଦେବାର ପ୍ରୟାସ କରିଥିଲୁ। ଆମେ ଭାବୁଛୁ ଯେ ଆମ ସ୍ବାର୍ଥ ପାଇଁ ଏହା ହିଁ ସଠିକ୍ ନିଷ୍ପତ୍ତି। ଏହି ନିଷ୍ପତ୍ତି ଆମ ପାଇଁ ବହୁତ କଷ୍ଟକର ଥିଲା। ଆମେ ଏକ ପରିବାର ଗଢ଼ିଥିଲୁ। ଆମେ ପରସ୍ପରଙ୍କୁ ବହୁତ ଖୁସି ଦେଇଛୁ। ପରସ୍ପର ପ୍ରତି ଆମର ବହୁତ ସମ୍ମାନ ଥିଲା ଏବଂ ଆମର ସମ୍ପର୍କ ମଧ୍ୟ ବହୁତ ନିବିଡ଼ ଥିଲା। ଆମକୁ ଅଗସ୍ତ୍ୟ ଭାବେ ଈଶ୍ବରଙ୍କ ଶ୍ରେଷ୍ଠ ଉପହାର ମିଳିଛି। ସେ ଆମ ଜୀବନରେ କେନ୍ଦ୍ରବିନ୍ଦୁ ହୋଇ ରହିବ। ଆମେ ଉଭୟ ମାତା ପିତା ଭାବେ ଅଗସ୍ତ୍ୟକୁ ଦୁନିଆର ଶ୍ରେଷ୍ଠ ଖୁସିହେବାର ପ୍ରୟାସ କରିବୁ। ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଆମ ବ୍ୟକ୍ତିଗତ ଜୀବନ ନେଇ ଆଲୋଚନା କରନ୍ତୁ ନାହିଁ।
ହାର୍ଦ୍ଦିକ ଓ ନତାଶାଙ୍କ ମଧ୍ୟରେ ସମ୍ପର୍କ‌େର ତିକ୍ତତା ନେଇ ଗତ କିଛିମାସ ହେଲା ଆଲୋଚନା ଚାଲିଥିଲା। ୨ ଦିନ ତଳେ ଷ୍ଟାଙ୍କୋଭିଚ୍ ତାଙ୍କ ପୁଅ ଅଗସ୍ତ୍ୟଙ୍କୁ ସାଙ୍ଗରେ ନେଇ ତାଙ୍କ ଦେଶ ସର୍ବିୟା ଚାଲି ଯାଇଛନ୍ତି। ବୁଧବାର ଭୋର୍ରୁ ଷ୍ଟାଙ୍କୋଭିଚ୍ ପୁଅ ଅଗସ୍ତ୍ୟକୁ ଧରି ମୁମ୍ବଇ ବିମାନ ବନ୍ଦରରେ ପ୍ରବେଶ କରୁଥିବାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହାପରେ ଷ୍ଟାଙ୍କୋଭିଚ୍ ସର୍ବିୟା‌େର ତାଙ୍କ ଘରେ ପହଞ୍ଚିବା ପରେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି- ହୋମ୍ ସ୍ବିଟ୍ ହୋମ୍। ନତାଶା ଷ୍ଟାଙ୍କୋଭିଚ୍ ହେଉଛନ୍ତି ସର୍ବିୟାର ଜଣେ ନୃତ୍ୟାଙ୍ଗନା ଓ ମଡେଲ୍। ସେ ଭାରତକୁ ଏଥିରେ କ୍ୟାରିଅର କରିବା ପାଇଁ ଆସିଥିଲେ। ସେ କିଛି ଟିଭି ବିଜ୍ଞାପନ କରିବା ସହ ପ୍ରକାଶ ଝା’ଙ୍କ ‘ସତ୍ୟାଗ୍ରହ’ ଚଳଚ୍ଚିତ୍ରରେ ଏକ ଗୀତରେ ନୃତ୍ୟ କରିଥିଲେ। ପରେ ‘ଡିସ୍କିୟାଉଁ’, ‘ଆକ୍ସନ୍ ଜ୍ୟାକ୍ସନ୍’, ‘୭ ଆଓର୍ସ ଟୁ ଗୋ’ ଓ ‘ଜିରୋ’ ଚଳଚ୍ଚିତ୍ରରେ ଛୋଟ ଭୂମିକାରେ ଅଭିନୟ କରିଥିଲେ। କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ହାର୍ଦିକ ପାଣ୍ଡ୍ୟା ଓ ଷ୍ଟାଙ୍କୋଭିଚ୍ଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହେଇଥିଲା। ଏହି ସମ୍ପର୍କ ନିବିଡ଼ ହେବା ସହ ୨୦୨୦ରେ ଉଭୟେ ବିବାହ କରିଥିଲେ। ସେମାନଙ୍କ ପୁତ୍ର ଅଗସ୍ତ୍ୟ ସେହିବର୍ଷ ଜନ୍ମ ନେଇଥିଲା। ୨୦୨୩ରେ ହାର୍ଦିକ ଓ ନତାଶା ଷ୍ଟାଙ୍କୋଭିଚ୍ ରାଜସ୍ଥାନର ଉଦୟପୁରରେ ଉଭୟ ଖ୍ରୀଷ୍ଟିୟ ଓ ହିନ୍ଦୁ ରୀତିନୀତିରେ ଆଉ ଥ‌େର ବିବାହ କରିଥିଲେ। ଏବେ ଦୁହେଁ ପୃଥକ୍ ହୋଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories