www.samajalive.in
Saturday, December 6, 2025
16.1 C
Bhubaneswar

ଭୋଜନରୁ କେଶ ବାହାରିବା ଦିଏ କି ସଙ୍କେତ..

ଭୋଜନକୁ ନେଇ ସର୍ବଦା କୁହାଯାଏ ଯେପରି ଭୋଜନ କରିବ ମନ ମଧ୍ୟ ସେଭଳି ଅନୁଭବ ହେବ । କାରଣ ଭୋଜନ ହିଁ ଜୀବନର ଆଧାର । ତେଣୁ ଶାସ୍ତ୍ରରେ ମଧ୍ୟ ଭୋଜନର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି । ଏହାସହ ଭୋଜନ ସହ ଜଡିତ ଅନେକ ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି ।

ମାତ୍ର ଆପଣ ଜାଣନ୍ତି କି ଭୋଜନକୁ ନେଇ ଅନେକ ଶୁଭ ଓ ଅଶୁଭ ଘଟଣାର ସଙ୍କେତ ମଧ୍ୟ ମିଳିଥାଏ । ଅନେକ ସମୟରେ ଦେଖିଥିବେ ଖାଦ୍ୟରୁ ବାରମ୍ବାର କେଶ ବାହାରିଥାଏ ।

- Advertisement -

ଭୋଜନ ଗ୍ରହଣ ସମୟରେ ବାରମ୍ବାର କେଶ ବାହାରିବା ଶୁଭଙ୍କର ନୁହେଁ । ମାନ୍ୟତା ଅନୁଯାୟୀ ଗ୍ରହଙ୍କ ଅଶୁଭ ପ୍ରଭାବ ଥିଲେ ଏପରି ହୋଇଥାଏ ।

ଶ୍ରାବଣ ମାସ : ବାସ୍‌ ଏହି ସରଳ ଉପାୟ ଦୂର କରିବ ବିବାହ ଠାରୁ ଚାକିରି, ସ୍ୱାସ୍ଥ୍ୟ ସମସ୍ୟା..

ରାହୁଙ୍କ ସ୍ଥିତି ଖରାପ ଥିଲେ କେବଳ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରୁହେ ନାହିଁ ବରଂ ଧନହାନୀ, ଆର୍ଥିକ କ୍ଷେତ୍ରରେ ସମସ୍ୟା, ଅକାରଣେ କ୍ଷତିର କାରଣ ପାଲଟିଥାଏ । ରୋଗ ଲାଗି ରହି ଅଯଥାରେ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ ।

ଭୋଜନରେ ସର୍ବଦା କେଶ ବାହାରିବା ପିତୃଦୋଷ ରହିଥିବାର ସଙ୍କେତ ଦେଇଥାଏ । ଖାଦ୍ୟ ଖାଇବାକୁ ବସିବା ମାତ୍ରେ ସେଥିରୁ କେଶ ବାହାରିବା ପିତୃ ଦୋଷର ସଙ୍କେତ ଦେଇଥାଏ ।

ଆପଣଙ୍କ ସହ ଏଭଳି ହେଉଥିଲେ, ରାହୁ ଓ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ଉପାୟ ଆପଣାନ୍ତୁ । ଭୋଜନ କରିବା ପୂର୍ବରୁ କେଶକୁ ଭଲ ଭାବେ ବାନ୍ଧି ଭୋଜନ କରନ୍ତୁ ।

ମାନ୍ୟତା ଅନୁଯାୟୀ, ଭୋଜନ ପରଷିବା ସମୟରେ ଖାଦ୍ୟ ବାରମ୍ବାର ହାତରୁ ଖସିବା, ଭୋଜନ କରିବା ସମୟରେ ଅଶୁଭ ଖବର ଶୁଣିବା ମଧ୍ୟ ଶୁଭ ନୁହେଁ । ଭୋଜନ ପୂର୍ବରୁ ଭଗବାନଙ୍କୁ ସ୍ମରଣ କରି ହାତଗୋଡ ପରିଷ୍କାର ଭାବେ ଧୋଇ ଆସନରେ ବସି ଭୋଜନ ଗ୍ରହଣ କରନ୍ତୁ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories