www.samajalive.in
Monday, December 15, 2025
14.1 C
Bhubaneswar

ଶ୍ରାବଣ ମାସ : ବାସ୍‌ ଏହି ସରଳ ଉପାୟ ଦୂର କରିବ ବିବାହ ଠାରୁ ଚାକିରି, ସ୍ୱାସ୍ଥ୍ୟ ସମସ୍ୟା..

ହିନ୍ଦୁ ପଞ୍ଜିକା ଅନୁଯାୟୀ, ଶ୍ରାବଣ ମାସ ୨୨ ଜୁଲାଇରୁ ଆରମ୍ଭ ହେବ । ଭଗବାନ ଶିବଙ୍କୁ ଏହି ମାସ ସମର୍ପିତ । ଶ୍ରାବଣ ମାସରେ ଭଗବାନ ଶିବଶଙ୍କରଙ୍କ ପୂଜାର୍ଚ୍ଚନା କଲେ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହି ମାସରେ କିଛି ସ୍ୱତନ୍ତ୍ର ଉପାୟ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ । ମହାଦେବଙ୍କ କୃପାରୁ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏହି ମାସରେ ଭଗବାନଙ୍କ ଜଳାଭିଷେକ କରାଯାଏ । ଜାଣନ୍ତୁ କେଉଁ ବିଶେଷ ଉପାୟ ଦ୍ୱାରା ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇ ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ଠାରୁ ବିବାହ, ଚାକିରି ଆଦିରେ ସଫଳତା ପ୍ରାପ୍ତି ହୋଇଥାଏ ।

ମାନ୍ୟତା ଅନୁଯାୟୀ, ଭୋଳାଶଙ୍କର ଖୁବ୍‌ ଶୀଘ୍ର ପ୍ରସନ୍ନ ହେବା ସହ ଶୀଘ୍ର ଭକ୍ତଙ୍କ ମନସ୍କାମନା ପୂରଣ କରି ଥାଆନ୍ତି । ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ଶ୍ରାବଣ ମାସ ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ,ଯାହାର ପାଳନ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଥିବା ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ ।

ଜୁଲାଇରୁ ୪ ମାସ ପର୍ଯ୍ୟନ୍ତ ଏସବୁ ରାଶିଙ୍କ ଚମକିବ ଭାଗ୍ୟ: ମିଳିବ ଧନ,ବଢିବ ଦରମା..

- Advertisement -

ଚାକିରି-
ଦୀର୍ଘ ଦିନରୁ ଚାକିରି ପାଇଁ ସମସ୍ୟା ଲାଗି ରହିଥିଲେ, ଅସଫଳତା ମିଳୁଥିଲେ ଶ୍ରାବଣରେ ଏହି ଉପାୟ ଦ୍ୱାରା କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହୋଇଥାଏ । ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହ ମା’ପାର୍ବତୀଙ୍କୁ ପୂଜାର୍ଚ୍ଚନା କରନ୍ତୁ । ମା’ଙ୍କୁ ଚାନ୍ଦିର ପାଉଁଞ୍ଜି ଅର୍ପଣ କରନ୍ତୁ । ଏହାଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବା ସହ ଆସୁଥିବା ସମସ୍ତ ବାଧା ଦୂର ହେବ । ବ୍ୟବସାୟରେ ସଫଳତା ମିଳିଥାଏ ।

ବିବାହରେ ସମସ୍ୟା –
ବିବାହରେ ସମସ୍ୟା ଲାଗି ରହିଥିଲେ, ବାରମ୍ବାର ବିବାହ ଭାଙ୍ଗୁଥିଲେ, ଶ୍ରାବଣ ମାସରେ ସୋମବାର ଦିନ ଭକ୍ତି ଭାବନାରେ ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ । ଏହାଦ୍ୱାରା ବିବାହରେ ଥିବା ବାଧା ଦୂର ହୋଇଥାଏ ।

ମନପସନ୍ଦର ଜୀବନ ସାଥୀ ପାଇଁ –
ମନପସନ୍ଦର ଜୀବନସାଥୀ ପାଇବା ପାଇଁ ଶ୍ରାବଣ ସୋମବାରରେ ଭଗବାନ ଶିବ ଓ ମା’ପାର୍ବତୀଙ୍କୁ ପୂଜାର୍ଚ୍ଚନା କରନ୍ତୁ । ଅସହାୟଙ୍କୁ ଦାନ କରନ୍ତୁ । ଏହାଦ୍ୱାରା ମନସ୍କାମନା ପୂରଣ ହୋଇଥାଏ ।

ଶ୍ରାବଣ ମାସରେ ‘ଓଁ ନମଃ ଶିବାୟ’ମନ୍ତ୍ରର ଜପ କରନ୍ତୁ । ଏହାଦ୍ୱାରା ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବା ସହ ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହେବା ସହ ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ମନ ଶାନ୍ତ ରହିଥାଏ ।

ହୃଦଘାତରୁ ରକ୍ଷା ପାଇବାର ଉପାୟ; ନିୟମିତ କେତେ ଶିଢି ଚଢିଲେ ହେବନି ହୃଦଘାତ!

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories