www.samajalive.in
Saturday, December 6, 2025
15.1 C
Bhubaneswar

ଭିତର ରତ୍ନଭଣ୍ଡାରକୁ ପ୍ରବେଶ କଲେ ଗଜପତି ମହାରାଜା

ସମାଜ ଡିଜିଟାଲ ଡେସ୍କ: ଗୁରୁବାର ସକାଳ ୯ଟା ୫୧ମିନିଟ ଶୁଭ ମୁହୂର୍ତ୍ତରେ ଖୋଲିଛି ଭିତର ରତ୍ନଭଣ୍ଡାର । ରତ୍ନଭଣ୍ଡାର ତଦାରଖ କମିଟିର ୧୧ଜଣିଆ ଅଧିକୃତ ସଦସ୍ୟ ପ୍ରବେଶ କରିଛନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀନଅରରୁ ବାହାରି ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପରେ ଭିତର ରତ୍ନଭଣ୍ଡାରକୁ ଯାଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗତଥର ଗଜପତି ମହାରାଜାଙ୍କ ପ୍ରତିନିଧି ଉପସ୍ଥିତ ରହିଥିଲେ । ଏଥର ପ୍ରତିନିଧି ଉପସ୍ଥିତ ରହିବା ସହ ଗଜପତି ମହାରାଜା ନିଜେ ଉପସ୍ଥିତ ରହିଛନ୍ତି । ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ତାହା ଗଣତି ମଣତି ଗଜପତିଙ୍କ ଉପସ୍ଥିତିରେ କରାଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories