www.samajalive.in
Saturday, December 6, 2025
26.1 C
Bhubaneswar

ବିବାଦୀୟ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ମା’ ଗିରଫ

ସମାଜ ଡିଜିଟାଲ ଡେସ୍କ: ବିବାଦୀୟ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ପୂଜା ଖେଡକରଙ୍କ ମା’ ମନୋରମା ଖେଡକରଙ୍କୁ ପୁଣେ ପୁଲିସ ଗୁରୁବାର ଗିରଫ କରିଛି। ଚାଷୀଙ୍କୁ ନିଜର ବନ୍ଧୁକ ଦେଖାଇ ଧମକାଉଥିବା ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ଏହି ଘଟଣାରେ ପୁଲିସ ତାଙ୍କୁ ରାଇଗଡ଼ର ଏକ ହୋଟେଲରୁ ଗିରଫ କରିଥିବା ସୂଚନା ମିଳିଛି। ଉକ୍ତ ଭିଡିଓ ସାମ୍ନାକୁ ଆସିବା ପରେ ପୁଣେ ଗ୍ରାମାଞ୍ଚଳ ପୁଲିସର ୩ଟି ଟିମ୍‌ ତାଙ୍କୁ ଖୋଜୁଥିଲା। ମନୋରମା ମହଦ ଅଞ୍ଚଳରେ ଏକ ହୋଟେଲରେ ଆତ୍ମଗୋପନ କରିଥିବା ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ସେଠାରୁ ତାଙ୍କୁ ପୁଣେ ଅଣାଯାଉଥିବା ସୂଚନା ମିଳିଛି।

ଆଇଏଏସ ଚାକିରି ପାଇବା ପରେ ପୂଜା ନିଜ ଅଡି କାରରେ ନାଲିବତୀ ଲଗାଇବା ଏବଂ ଶିକ୍ଷାନବିସ ଭାବେ କାର୍ଯ୍ୟ କରୁଥିବାବେଳେ ସହକର୍ମୀଙ୍କ କାର୍ଯ୍ୟାଳୟକୁ ଜୋରଜବରଦସ୍ତ ମାଡ଼ି ବସିବା ଘଟଣା ସାମ୍ନାକୁ ଆସିବା ପରେ ସେ ବିବାଦ ଘେରକୁ ଆସିଥିଲେ। ଅଧିକ ଖୋଳତାଡ଼ ହେବାରୁ ଧୀରେ ଧୀରେ ସେ ଏବଂ ତାଙ୍କ ପରିବାରର କଳା କାରନାମା ପଦାକୁ ଆସିଥିଲା। ପୂଜାଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ଥିବାବେଳେ ସେ ବି କାର୍ଯ୍ୟକାଳୟ ସମୟରେ ଲାଞ୍ଚ ନେଇ ୨ ଥର ଧରାପଡ଼ିଥିଲେ। ପୂଜା ବି ଚାକିରି ପାଇଁ ଜାଲ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଥିଲା। ସେ ୨୧ କୋଟି ଟଙ୍କାର ମାଲିକ ହୋଇ ବି ପଛୁଆ ବର୍ଗ କୋଟାରେ ଚାକିରି ପାଇଛନ୍ତି। ଏସବୁ ଘଟଣାର ତଦନ୍ତ ଚାଲିଥିବାବେଳେ ପୂଜାଙ୍କୁ ମସୌରୀ ଫେରାଇ ନିଆଯାଇଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories