ଏଏସଓଙ୍କୁ ମାଡର ପ୍ରତିବାଦ: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଏଏସଓଙ୍କୁ ମାଡ ମାରିବା ଘଟଣାରେ ବଢିବାରେ ଲାଗିଛି ବିବାଦ । ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ନେଇ ବିଭିନ୍ନ ମହଲରେ ପ୍ରତିବାଦ ଜାରି ରହିଛି । ଏନେଇ ଆଜି ରାଜଭବନ ଆଗରେ ଧାରଣା ଦେଇଛନ୍ତି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି । ନ୍ୟାୟ ନମିଳିବା ଯାଏ ଲଢେଇ ଜାରି ରହିବ କହିଛନ୍ତି ବିଜେଡି ନେତା ବ୍ୟୋମକେଶ ରାୟ । ବିଜେପିର ଓଡ଼ିଆ ଅସ୍ମିତା କଥା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବ୍ୟୋମକେଶ ।
Comments are closed.