www.samajalive.in
Friday, November 14, 2025
25.1 C
Bhubaneswar

‘ମନୋରମା ମହାପାତ୍ର ନାରୀ ସମାଜ ପାଇଁ ପ୍ରେରଣାର ଉତ୍ସ’

ଆଠଗଡ: ବିଶିଷ୍ଟ ସାରସ୍ବତ ସ୍ରଷ୍ଟା, ସମାଜସେବୀ, ପ୍ରବୀଣ ସାମ୍ବାଦିକ, ଶିକ୍ଷାବିତ ତଥା ‘ସମାଜ’ର ପୂର୍ବତନ ସମ୍ପାଦକ ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ତୃତୀୟ ଶ୍ରାଦ୍ଧୋତ୍ସବ ଜନ୍ମ ମାଟି ଆଠଗଡରେ ବୁଧବାର ପାଳିତ ହୋଇଯାଇଛି। ଡଃ ରାଧାନାଥ ରଥ ସ୍ମୃତି କମିଟି ଆନୁକୂଲ୍ୟରେ ଏବଂ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ସହଯୋଗରେ ମହିଳା କନିଷ୍ଠ କଲେଜ ପ୍ରେକ୍ଷାଗୃହରେ ଏହି ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଡଃ ରାଧାନାଥ ରଥ ସ୍ମୃତି କମିଟିର ସଭାପତି ଅଶୋକ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରବୀଣ ସାମ୍ବାଦିକ ତଥା ‘ସମାଜ’ର ସମ୍ପାଦକ ତପନ କୁମାର ମିଶ୍ର ଯୋଗଦେଇଥିଲେ। ସମ୍ପାଦକ ଶ୍ରୀ ମିଶ୍ର କହିଥିଲେ, ମନୋରମା ମହାପାତ୍ର ଥିଲେ ଜ୍ଞାନର ଗଙ୍ଗା, ବିଦ୍ୟାର ସରସ୍ଵତୀ, ପୃଣ୍ୟର ଗୋଦାବରୀ, କରୁଣାର ସାଗର, ମାନବିକତାର ମହୋଦଧି, ସେବାର ମନ୍ଦାକିନୀ। ତାଙ୍କ ଉତ୍ସର୍ଗୀକୃତ ଜୀବନ ଥିଲା ସେବାର ମନ୍ଦାକିନୀ। ସେ ବାସ୍ତବିକ ନାରୀ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟଅତିଥି ଶ୍ରୀ ମିଶ୍ର ମତପୋଷଣ କରିଥିଲେ।

ମୁଖ୍ୟବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଡଃ ନାରାୟଣ ପଣ୍ଡା ଯୋଗଦେଇ ଶ୍ରୀମତି ମହାପାତ୍ରଙ୍କ ସାରସ୍ବତ କୃତି କେବଳ ଓଡିଆ ସାହିତ୍ୟ ନୁହେଁ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିଛି ବୋଲି କହିଥିଲେ। ତାଙ୍କ ପରି ଜଣେ ମହିୟସୀ ମହିଳା ଆଜିର ଦୁନିଆରେ ବିରଳ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ କବୟିତ୍ରୀ ତଥା ଶିକ୍ଷାବିତ ପୁଲିନ ମିଶ୍ର, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଗୋପବନ୍ଧୁ ମହିଳା କନିଷ୍ଠ କଲେଜ ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଏବଂ ଗୋପବନ୍ଧୁ ମହିଳା ସ୍ନାତକ କଲେଜ ଅଧ୍ୟକ୍ଷା ସଂଗୀତା ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀମତୀ ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ସେ ନାରୀ ସଶକ୍ତୀକରଣର ଜ୍ବଳନ୍ତ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ।

- Advertisement -

ସ୍ମୃତି କମିଟି ଆବାହକ ପାର୍ଥସାରଥି ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୁଧି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିଗଣ କଲେଜ ପରିସରରେ ପ୍ରତିଷ୍ଠିତ ଶ୍ରୀମତି ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରଥମେ ଶ୍ରୀମତି ମହାପାତ୍ରଙ୍କ ଜୀବନୀ ଉପରେ ପ୍ରସ୍ତୁତ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। ଶ୍ରୀମତି ମନୋରମା ମହାପାତ୍ରଙ୍କ ଉପରେ ସୁନାମଧନ୍ୟ ଗୀତିକାର ରାଧାନାଥ ଦାସଙ୍କ ଦ୍ବାରା ରଚିତ ସଂଗୀତ ନିର୍ଦ୍ଦେଶକ ଗୁରୁଦତ୍ତ ନାୟକଙ୍କ ସ୍ୱର ସଂଯୋଜନାରେ ଏକ ସମବେତ ସଂଗୀତ କଲେଜର ଛାତ୍ରୀ ଓ ସ୍ଥାନୀୟ କଳାକାର ଗାନ କରିଥିଲେ । ଏହି ଅବସରରେ ଚଳିତବର୍ଷ ସାରସ୍ବତ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ପରିଜାଙ୍କୁ ପ୍ରଥମ “ଡଃ ମନୋରମା ମହାପାତ୍ର ସ୍ମାରକୀ ସମ୍ମାନ” ସ୍ୱରୂପ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ସହିତ ୫ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ପ୍ରଧ୍ୟାପିକା ସ୍ମିତା ମହାପାତ୍ର ମାନପତ୍ର ପାଠ କରିଥିଲେ। ସେହିପରି ମହିଳା କନିଷ୍ଠ କଲେଜରେ ଯୁକ୍ତ ୨ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ମୀରା ସାହୁଙ୍କୁ ମନୋରମା ମହାପାତ୍ର ସ୍ମାରକୀ ବୃତ୍ତି ଆକାରରେ ୨ହଜାର ଟଙ୍କା ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଗୁରୁଡିଝାଟିଆ ସମାଜ ପ୍ରତିନିଧି ଶ୍ୱେତକାନ୍ତ ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଆଠଗଡ ବୁଦ୍ଧିଜୀବୀ ସଂଘ, ରୋଟାରୀ କ୍ଲବ, ଇନରହ୍ୱିଲ କ୍ଲବ, ଗ୍ରାଜୁଏଟ୍ସ କ୍ଲବ, ଜଷ୍ଟ ଫର ୟୁ ସେବା ସଂଗଠନ, ଆଠଗଡ ସେବା ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, କଲେଜର ଅଧ୍ୟାପିକା, ସମସ୍ତ ଛାତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

Related Articles

Popular Categories