www.samajalive.in
Monday, December 8, 2025
27.1 C
Bhubaneswar

ପିଆଜ ଦର ନିୟନ୍ତ୍ରଣ ପାଇଁ ସମ୍ବଲପୁର ବିଚାର ମଞ୍ଚର ଦାବି

ସମ୍ବଲପୁର: ପିଆଜ ଦର ନିୟନ୍ତ୍ରଣ ପାଇଁ ସମ୍ବଲପୁର ବିଚାର ମଞ୍ଚ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି। ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଅତିରିକ୍ତ ଜିଲାପାଳ ସୁଚାରୁ ବଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଛି। ମଞ୍ଚ ଦାବି କରିଛି ଯେ, ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟ। ଦିନକୁ ଦିନ ଏହାର ଆକାଶ ଛୁଆଁ ଦର ବୃଦ୍ଧି ପାଇଁ ଗରିବ, ଖଟିଖିଆ, ମଧ୍ୟବିତ୍ତ ଶ୍ରେଣୀର ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ମାତ୍ର ୩ ମାସ ତଳେ ପିଆଜର ମୂଲ୍ୟ ୨୦ ଟଙ୍କା ଥିବା ବେଳେ ଏବେ ଏହା ୩ ଗୁଣ ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି । ଏହା ଦ୍ୱାରା ଅସାଧୁ ବ୍ୟବସାୟୀମାନେ ମନଇଚ୍ଛା ଦର ନେଉଥିବାରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ କେନ୍ଦ୍ର ସରକାରଙ୍କ ସହାୟତାରେ ନାଫେଡ ଭଳି ସଂସ୍ଥାରୁ ପିଆଜ ଆଣି ଖାଉଟିଙ୍କୁ ଶସ୍ତା ଓ ସୁଲଭ ଦରରେ ଯୋଗାଇ ଦିଆଯାଉ। କେନ୍ଦ୍ର ସରକାର ନାଫେଡ ଓ ଏନସିସିଏଫ ଜରିଆରେ ଚାଷୀଙ୍କଠାରୁ ସୁଲଭ ମୂଲ୍ୟରେ ପ୍ରାୟ ୪.୭ ଲକ୍ଷ ଟନ ପିଆଜ ମହଜୁଦ କରି ରଖିଛନ୍ତି ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ୍ୟ କରାଯାଇଛି। ମଞ୍ଚ ଆବାହକ ବେଣୁଧର ଦାଶଙ୍କ ନେତୃତ୍ୱରେ ଅମୂଲ୍ୟ ମିଶ୍ର, ଦୁର୍ଗା ମାଧବ ମିଶ୍ର, ପ୍ରଦୋଷ ମହାନ୍ତି, ମହମ୍ମଦ ଇସାକ, ବୀରେନ୍ଦ୍ର ରାଏ, ସୁବ୍ରତ ପଣ୍ଡା, ମମତା ପଣ୍ଡା, ଦିଲ୍ଲୀପ କୁଅଁର, ସୁବାସ ନନ୍ଦ, ସଞ୍ଜୟ ବର୍ମା, ସୁକେଶ ସିଂ ସ୍ୱରାଜ, ଆଶିଷ ମିଶ୍ର, ସାହିଲ ସୁନା, କିଶୋର ସୁନା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories