www.samajalive.in
Sunday, December 14, 2025
15.1 C
Bhubaneswar

ବଂଶାଧାରା ନଦୀରେ ମଲା ମାଛ ଭାସିବା ଘଟଣା, ଜଳ ଯୋଗାଣ ଠପ୍

ଗୁଣପୁର : ବଂଶାଧାରା ନଦୀରେ ମଲାମାଛ ଭାସିବା ଘଟଣା ଖବର ସାମ୍ନାକୁ ଆସିବା ପରେ ପ୍ରଶାସନର ଚେତା ପଶିଛି । ଘଟଣାକୁ ଗୁରୁତ୍ବର ସହ ନେଇ ନଦୀ ପାଣି ବିଷାକ୍ତ ଆଶଙ୍କା କରି ଜଳ ଯୋଗାଣ ବନ୍ଦ କରିବା ପାଇଁ ଜିଲା ପ୍ରଶାସନ ନିର୍ଦେଶ ଦେଇଛି। ଫଳରେ ଗୁଣୁପୁର ସହରରେ ବଂଶଧାରା ନଦୀ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ନଦୀ ଜଳକୁ ଜଳ ପରୀକ୍ଷଣ କେନ୍ଦ୍ର ଭୁବନେଶ୍ବରକୁ ପଠାଯାଇଥିବା ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପକ୍ଷରୁ ଜଣାପଡିଛି। ପରୀକ୍ଷଣ ରିର୍ପୋଟ ଆସିବା ପରେ ଜଳ ଯୋଗାଣ ସ୍ବାଭାବିକ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଜଳ ଯୋଗାଣ ଠପ୍ ହୋଇଯିବା ଦ୍ବାରା ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସୂଚନା ମୁତାବକ ଗତକାଲି ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଟୁରିଗୁଡ଼ା, ଡ଼ାଙ୍ଗସରଡ଼ା ଓ ହନୁମନ୍ତପୁର ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡ଼ିକ ଦେଇ ପ୍ରବାହିତ ଯାଉଥିବା ବଂଶଧାରା ନଦୀରେ ଶହ ସହ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଥିଲା ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories