Patra electronics

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ; ଟସ୍‍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି

କଲମ୍ବୋ: ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । ପ୍ରଥମ ମ୍ୟାଚରେ ଟସ୍‍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଫଳରେ ଶ୍ରୀଲଙ୍କା ବ୍ୟାଟିଂ କରୁଥିବା ବେଳେ ବୋଲିଂ କରୁଛି ଭାରତୀୟ ଦଳ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇଥିବା ବେଳେ ଭାରତୀୟ ଦଳରେ ୪ଖେଳାଳୀଙ୍କୁ ପରିବର୍ତ୍ତନ କରାଯାଇଛି । ରିଷଭ ପନ୍ତଙ୍କ ସହ ୪ ଖେଳାଳୀ ପ୍ରଥମ ମ୍ୟାଚରୁ ବାଦ ପଡିଛନ୍ତି । ଦଳରେ ରହିଛନ୍ତି ଅଧିନାୟକ ରୋହତ ଶର୍ମା, ଉପଅଧିନାୟକ ଶୁଭମନ ଗିଲ୍‍, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ୱାଂଶିଟନ ସୁନ୍ଦର, ଶିବମ୍‍ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ ଏବଂ ମହମ୍ମଦ ସିରାଜ । ବର୍ତ୍ତମାନ ସୁଦ୍ଧା ୫ ଓଭରରେ ୧୪ ରନ କରି ୧ୱିକେଟ ହରାଇଛି ଶ୍ରୀଲଙ୍କା ଟିମ୍‍ ।

Comments are closed.