www.samajalive.in
Saturday, December 6, 2025
23.1 C
Bhubaneswar

ନିୟମଗିରି ପାହାଡକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତର ନିୟମଗିରି ପାହାଡରେ ଥିବା ଗ୍ରାମକୁ ଜିଲ୍ଲାପାଳ ମୋନଜ ସତ୍ୟବାନ ମହାଜନ ଅଚାନକ ଗସ୍ତ କରିଛନ୍ତି। ମୁଖ୍ୟ ପରିଦର୍ଶନର ଉଦ୍ଦେଶ୍ୟ ଥିଲା କୃଷି ଉଦ୍ୟାନ ବିଭାଗର ପାମାଇଲ ଚାଷ ପରିଦର୍ଶନ କରିବା ସହ ଶିଶୁ ବିକାଶ ଯୋଜନା ଓ ନିୟମଗିରି ପାହାଡର କିଛି ଗ୍ରାମ ପରିଦର୍ଶନ। କଲ୍ୟାଣସିଂହପୁର ସଦର ପଞ୍ଚାୟତର ପୁରୁଣାଭଟ୍ଟା ଗ୍ରାମ ନିକଟରେ ଥିବା ପାମାଇଲ ଚାଷ ପରିଦର୍ଶନ କରିଥିଲେ। ଏହାପରେ ବଡଦ୍ୱାର ସାହିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ବେଳେ ଶିଶୁଙ୍କୁ ଅକ୍ଷର ଶିଖାଇ ଥିଲେ।

ଭିଡିଓରେ ଦେଖନ୍ତୁ ; ଘରକୁ ପଶି ଆସିଲା ବାଘ, ତା’ପରେ ପୋଷାକ କୁକୁର..

- Advertisement -

ଏହା ପରେ ପାର୍ଷାଲି ପଞ୍ଚାୟତର ପାରାମାଳି, ଟାମକଶିଳାରେ ଡ଼ଙ୍ଗରିଆଙ୍କ ସମସ୍ୟା ପଚାରି ବୁଝିଥିଲେ। ଗ୍ରାମ ସାହି ମଝିରେ ସିମେଣ୍ଟ ରାସ୍ତା, ବିଦ୍ୟୁତ, ବିଶୁଦ୍ଧ ପାନୀୟ ଜଳ, ଆମ୍ବ ଚାରା ଯୋଗାଇ ଦେବାପାଇଁ ଡଙ୍ଗରିଆ ମାନେ ଜିଲାପାଳଙ୍କୁ କହିଥିବା ବେଳେ ଜିଲାପାଳ ପ୍ରତି ଉତ୍ତରରେ ଆବାସ ଯୋଜନାରେ ଯାହାର ଟଙ୍କା ରହିଯାଇଛି ତାହାକୁ ତୁରନ୍ତ ହିତାଧିକାରୀଙ୍କ ଖାତାରେ ଜମା କରିବାକୁ କହିବା ସହ ପଶୁପକ୍ଷୀ ଚାଷ କରିବା ପାଇଁ ବୁଝାଇ ଥିଲେ ଓ ଜାତିଗତ ପ୍ରମାଣ ପତ୍ର କରିବା ପାଇଁ କହିଥିଲେ।

ଶେଷରେ ଧାମୁଣିପଙ୍ଗା ପଞ୍ଚାୟତକୁ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଉଦ୍ୟାନ ବିଭାଗର ସହକାରି କୃଷି ଉଦ୍ୟାନ ଅଧିକାରୀ ରମେଶ ପଟ୍ଟନାୟକ, ବିଡ଼ିଓ ମନୀଷା ଦାସ ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରୀ ,ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ସିଡିପିଓ ମମତା ଦାସ, ଓପିଲିପି ସଂସ୍ଥାର ଅଧିକାରୀ ଫିଲିପି ବାଗ ,ପାର୍ଷାଲି ସରପଞ୍ଚ ବାମ କାଡ୍ରାକା, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କର୍ମଚାରୀ ଓ ବ୍ଲକ ଅଧିକାରୀ ସମେତ ଡଙ୍ଗରିଆ ମାନେ ଉପସ୍ଥିତ ରହିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories