www.samajalive.in
Saturday, December 6, 2025
26.1 C
Bhubaneswar

ଇରାନ ସହ ଯୁଦ୍ଧ ହେଲେ ଇସ୍ରାଏଲକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

ସମାଜ ଡିଜିଟାଲ ଡେସ୍କ: ଇରାନରେ ହମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା ପରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଇରାନ ଏହାର ସେନାକୁ ନିର୍ଦେଶ ବି ଦେଇସାରିଛି। ସେପଟେ ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସ ଏବଂ ହେଜବୁଲ୍ଲା ପକ୍ଷରୁ ଆକ୍ରମଣ ଜାରି ରହିଛି। ତିନି ଆଡୁ ଶତ୍ରୁ ଘେରି ରହିଥିବାବେଳେ ଇସ୍ରାଏଲ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ଯୁଦ୍ଧ ସମୟରେ ଇସ୍ରାଏଲକୁ ସହାୟତା କରିବାକୁ ଆଗେଇ ଆସିଛି ଆମେରିକା। ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇଦେବ ବୋଲି ଆମେରିକା କହିଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଫୋନ କରି ଯୁଦ୍ଧ ହେଲେ ଆମେରିକା ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ କରିବ ବୋଲି କହିଛନ୍ତି। ଆମେରିକାର ନୂଆ ପ୍ରତିରକ୍ଷା ସାମରିକ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ ବୋଲି ବାଇଡେନ କହିଛନ୍ତି। ସେହିପରି ଉପରାଷ୍ଟ୍ରପତି କମଳା ହ୍ୟାରିସ ମଧ୍ୟ ନେତାନ୍ୟାହୁଙ୍କ ସହିତ ଫୋନ ଯୋଗେ କଥା ହୋଇଥିବା ଜଣାପଡ଼ିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories