www.samajalive.in
Sunday, December 7, 2025
15.1 C
Bhubaneswar

ମା’ ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ସମ୍ବର୍ଦ୍ଧନା ଉତ୍ସବ ସହିତ “କେମିତି ପ୍ରେମ”ର ଟ୍ରେଲର ରିଲିଜ୍

ଭୁବନେଶ୍ୱର : ମା’ ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ପ୍ରଥମ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଓଡିଶା ମାଟିର ଗୌରବ ସମ୍ମାନ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ମା’ ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ମ୍ୟାନେଜିଂ ଡାଇରେକ୍ଟର ସ୍ମିତା ପାଣିଗ୍ରାହୀ, ପ୍ରଯୋଜକ ଧିରେନ ତ୍ରିପାଠୀ, କାର୍ଯ୍ୟକାରୀ ପ୍ରଯୋଜକ ଲଲାଟେନ୍ଦୁ ଜେନାଙ୍କ ସହିତ ନନ୍ଦନ ଇଣ୍ଟରନେସନାଲର ଶିବରାମ ସାହୁ, ପ୍ରଣୟ ଜେଠୀ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ପ୍ରଯୋଜକ ପ୍ରୀତମ, ନିର୍ଦ୍ଦେଶକ ତାପସ ସରଘରିଆ, ରମେଶ ରାଉତ ଏବଂ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଅନୁରାଗ ମିଶ୍ର, ନିରଞ୍ଜନ ପାଣିଗ୍ରାହୀ ଉତ୍ସବରେ ମା’ ଧନଲକ୍ଷ୍ମୀ ପ୍ରଡ଼କସନ୍ସ ବିଷୟରେ ମନ୍ତବ୍ୟ ଦେଇଥିଲେ।


ଆଜି ମା’ ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ତରଫରୁ ୧୫୦ ଜଣ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସିମ୍ରନ ଦାସ, ଆଦି, ଦିବ୍ୟା, ରାକେଶ, ପ୍ରିୟଙ୍କା ସାହୁ, ପ୍ରିୟଙ୍କା ପାଣିଗ୍ରାହୀ, କୁକିଜ୍ ସ୍ୱାଇଁ, ସୁମନ ପଟ୍ଟନାୟକ, ହିରଣ୍ମୟୀ, ଜୀବନ ପଣ୍ଡା, ବ୍ରଜ ସିଂ, ଗୁଡ୍ଡୁ, ହରିହର ଦାସ, ବ୍ଲାକ ରବି, ଦେବସ୍ମିତା ପଣ୍ଡା, ଦେବଯାନୀ, ହରିହର ମହାପାତ୍ର, ରବି ମିଶ୍ର, ନିକିତା ପାତ୍ର, ପ୍ରତିଭା ପଣ୍ଡା ଆଦି ଅନେକ ପ୍ରତିଷ୍ଠିତ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା।

ତା’ସହିତ ମା’ ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ଦ୍ଵିତୀୟ ଅବଦାନ “କେମିତି ପ୍ରେମ”ର ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଏଥିରେ ମୁଖ୍ୟ ଭୂମିକାରେ ଧିରେନ, ରାକେଶ, ପ୍ରିୟଙ୍କା ସାହୁ ଓ ପ୍ରିୟଙ୍କା ପାଣିଗ୍ରାହୀ ଅଭିନେତ୍ରୀ ସହ ଗୁଡ୍ଡୁ, ଲଲାଟ, ସୁଶାନ୍ତ, ଶୁଶୁ କମେଡିନ୍ ଆଉ ମୁଖ୍ୟ ଭିଲିଆନ ରମେଶ ନାୟକ (ରାବଣ) ଅଭିନୟ କରିଛନ୍ତି ।

- Advertisement -


ଏହାର ପ୍ରଯୋଜନା କରିଛନ୍ତି ଧିରେନ ତ୍ରିପାଠୀ, ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାଳୀ ପ୍ରସାଦ ପଣ୍ଡା । ଗୀତ ଗୁଡିକ ଗାଇଛନ୍ତି ସ୍ୱୟଂ ପାଢ଼ୀ, ବିଷ୍ଣୁ ମୋହନ କବି, ତାରିକ ଅଜିଜ, ଅନ୍ତରା ଚକ୍ରବର୍ତ୍ତୀ, ଅର୍ପିତା ପଣ୍ଡା । ମଞ୍ଚ ପରିଚାଳନାରେ କେପି ଏବଂ ଗୁଡ୍ଡୀ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories