www.samajalive.in
Saturday, December 6, 2025
16.1 C
Bhubaneswar

ଆଇସିସି ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯିବନି ଭାରତୀୟ ଦଳ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବନାହିଁ ଭାରତ। ଶ୍ରୀଲଙ୍କା କିମ୍ବା ଦୁବଇରେ ମ୍ୟାଚ୍ କରିବା ପାଇଁ ଦାବି କରିବ ଭାରତ। ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ଼(ବିିସିସିଆଇ) ସୂତ୍ରରୁ ଏକ ଜାତୀୟସ୍ତରର ସମ୍ବାଦ ସରବରାହ ସଂସ୍ଥାକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ଶ୍ରୀଲଙ୍କା କିମ୍ବା ଦୁବଇରେ ମ୍ୟାଚ୍‌ ଆୟୋଜନ କରିବାକୁ ଆଇସିସିକୁ କହିବ ଭାରତ।

ସୂଚନାଯୋଗ୍ୟ, ଭାରତ ସୀମାରେ ପାକିସ୍ତାନର ଲଗାତର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ପୂର୍ବରୁ ଦ୍ୱିପାକ୍ଷିକ ସିରିଜ୍ ବନ୍ଦ ଅଛି। ସମୟ ସମୟରେ ସୀମାରେ ପାକିସ୍ତାନ ତା’ର ମନ୍ଦ ଉଦ୍ଦେଶ୍ୟ ଜାହିର କରୁଥିବାବେଳେ ସେଠାକାର ରାଜନେତାମାନେ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ବିଷ ଓଗାଳିବା ଜାରି ରଖିଛନ୍ତି।

- Advertisement -

ଗତ ମାସରେ ପାକିସ୍ତାନ କ୍ରିକେଟ ବୋର୍ଡ଼(ପିସିବି) ଏକ କାର୍ଯ୍ୟସୂଚୀ ଆଇସିସିକୁ ପ୍ରଦାନ କରିଥିଲା। ଏଥିରେ ମାର୍ଚ୍ଚ ୧ରେ ଭାରତ ଓ ପାକିସ୍ତାନ ମ୍ୟାଚ ଲାହୋରରେ ହେବ ବୋଲି ଉଲ୍ଲେଖ ରହିଥିଲା। ଫେବୃୟାରୀ ୨୦୨୫ରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳାଯିବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories