www.samajalive.in
Tuesday, December 9, 2025
15.1 C
Bhubaneswar

ପାନୀୟ ଜଳ ସଙ୍କଟ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଆଠଗଡ : ଆଠଗଡ ସହର ନିକଟବର୍ତ୍ତୀ ରାଧାଗୋବିନ୍ଦପୁର ଗ୍ରାମ ଓ ଆଖପାଖ ଅଞ୍ଚଳରେ ଗତ ୬ଦିନ ହେବ ପାନୀୟଜଳ ଯୋଗାଣ ବ୍ୟାହତ ହୋଇଥିଲା । ସେ ଅଞ୍ଚଳକୁ ପାନୀୟଜଳ ଯୋଗାଣ ହେଉଥିବା ଷ୍ଟାଡିୟମ ନିକଟ ପମ୍ପ ହାଉସରେ ଦୁଇଟି ପାଣି ମଟର ଅଚଳ ହୋଇପଡିବାରୁ ଏପରି ସଙ୍କଟ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗକୁ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳତଃ ବର୍ଷା ଋତୁ ସତ୍ତ୍ୱେ ରାଧାଗୋବିନ୍ଦପୁର ଓ ଆଖପାଖ ଅଞ୍ଚଳର ୨ ହଜାର ଲୋକ ଗତ ୬ ଦିନ ହେଲା ଜଳ ସଙ୍କଟ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ।

ଏହି ପାନୀୟଜଳ ସଙ୍କଟ ମନୁଷ୍ୟକୃତ ବୋଲି ଦର୍ଶାଇ ସ୍ଥାନୀୟ ଅଞ୍ଚଳର ଉତ୍ୟକ୍ତ ଲୋକ ସହର ଉପକଣ୍ଠସ୍ଥ ମୁଣ୍ଡଳି ରାସ୍ତାର ରାଧାଗୋବିନ୍ଦପୁର ହନୁମାନ ମନ୍ଦିର ନିକଟରେ ସକାଳ ୯ ଟାରେ ରାସ୍ତାରୋକ କରିଥିଲେ । ଫଳରେ ଉକ୍ତ ରାସ୍ତାରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହେବା ସହ ବହୁ ଗାଡି ଉଭୟ ପାର୍ଶ୍ବରେ ଅଟକି ରହିଥିଲା । ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଜଳ ଯୋଗାଣ ନହେଲେ ସେଠାରୁ ହଟିବେନି ବୋଲି କହିଥିଲେ । ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସୁବୋଧ ମଣ୍ଡଳ ଓ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚି ଦୁଇ ଘଣ୍ଟା ମଧ୍ୟରେ ପାଣି ପମ୍ପ ସଜାଡି ଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ତେବେ ବିଭାଗ ପକ୍ଷରୁ ପାଣି ପମ୍ପ ମରାମତି କରି ସନ୍ଧ୍ୟା ସୁଦ୍ଧା ରାଧାଗୋବିନ୍ଦପୁର ଅଞ୍ଚଳକୁ ପାନୀୟଜଳ ଯୋଗାଣ ସ୍ଵାଭାବିକ କରାଯାଇଛି ବୋଲି ଜଣାପଡିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories