www.samajalive.in
Monday, December 8, 2025
14.1 C
Bhubaneswar

ପିଲାଙ୍କ ଭବିଷ୍ୟତ ସହ ଖେଳ: ପାଳିକରି ବିଦ୍ୟାଳୟକୁ ଆସୁଛନ୍ତି ଶିକ୍ଷକ, ମଧ୍ୟାହ୍ନଭୋଜନ ପରେ ଛୁଟି, ତାଲା ପକାଇଲେ ଅଭିଭାବକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତ ବାରବଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଭିତରେ ଚାଲିଥିବା ବୁଧବାର ଦେଖିବାକୁ ମିଳିଛି। ଏହାକୁ ନେଇ ଅଭିଭାବକମାନେ ବାଧ୍ୟ ହୋଇ ସ୍କୁଲରେ ତାଲା ପକାଇଛନ୍ତି। ଦାବି ପୂରଣ ନ ହେବା ଯାଏ ତାଲା ଖୋଲାଯିବନି ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ।

ଅଭିଭାବକମାନଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ପ୍ରଧାନ ଶିକ୍ଷକଙ୍କୁ ମିଶି ତିନି ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ କାର୍ଯ୍ୟରତ ରହିଛନ୍ତି। ଜଣେ ଶିକ୍ଷକ ସବୁଦିନ ସ୍କୁଲକୁ ଆସୁଥିବାବେଳେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଳି କରି ବିଳମ୍ବରେ ସ୍କୁଲକୁ ଆସୁଥିବା ଏବଂ ମଧ୍ୟାହ୍ନ ଭୋଜନ ସାରି ଫେରିଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ବାବଦରେ ଅନେକ ସମୟରେ ପ୍ରଧାନ ଶିକ୍ଷକଙ୍କୁ କହିଲେ ମଧ୍ୟ ସେ ଖାତିର କରନ୍ତି ନାହିଁ। ଯେତେବେଳେ ସିଆରସିସି ପରିଦର୍ଶନରେ ଆସନ୍ତି ସେହି ସମୟରେ ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ହେଲେ କୌଣସି ସୁଫଳ ମିଳିନାହିଁ। ଏହାକୁ ବିରୋଧ କରି ଅଭିଭାବକ ଓ ଗ୍ରାମବାସୀମାନେ ବୁଧବାର ପୂର୍ବାହ ୧୦ଟାରେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଆସିବେ କି ନାହିଁ ବୋଲି ଅପେକ୍ଷା କରି ୧୧ଟା ୩୨ରେ ସ୍କୁଲ ଗୃହରେ ତାଲା ପକାଇ ଦେଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷକ ବିଳମ୍ବରେ ସ୍କୁଲରେ ପହଞ୍ଚିଥିଲେ। ପିଲାମାନେ ବାହାରେ ଥିବା ଓ ସ୍କୁଲ ଗୃହ ତାଲା ପଡିଥିବା ଦେଖି ତାଲା ଖୋଲିବା ପାଇଁ କହିଥିଲେ। ଆପଣ କାହିଁକି ବିଳମ୍ବରେ ଓ ପାଳି କରି ସ୍କୁଲ କୁ ଆସୁଛନ୍ତି ଏହା କ’ଣ ସରକାରଙ୍କ ନିୟମ କି ବୋଲି ପ୍ରଶ୍ନ କରିବା ସହ  ଆଉ ଆମ ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳିବା ପାଇଁ ଆମେ ଦେବୁନାହିଁ ବୋଲି କହିଥିଲେ। ମନ ମୁତାବକ କାର୍ଯ୍ୟ ଏହି ବିଦ୍ୟାଳୟରେ ଚଳିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଏହି ବାବଦରେ ସ୍କୁଲ ପରିଚାଳନା କମିଟି ସଭାପତି ଭେଭିଲି ପାତ୍ର କହିଛନ୍ତି ଯେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ବିଳମ୍ବରେ ପାଳିକରି ଆସନ୍ତି ଓ ମଧ୍ୟାହ୍ନ ଭୋଜନ ସାରି ଘରକୁ ଫେରିଯାଆନ୍ତି। ଠିକ ସମୟରେ ଯିବାଆସିବା ପାଇଁ ଅନେକ ଥର କହିଛି, ଜମା ମୋ କଥା ମାନନ୍ତି ନାହିଁ। ଏହି ବାବଦରେ ଗ୍ରାମର ଶେଷଦେଵ ପାତ୍ର କହିଛନ୍ତି ଯେ, ବର୍ଷ ବର୍ଷ ଧରି ଏହି ଭାବରେ ଆମ ସ୍କୁଲକୁ ପ୍ରଧାନଶିକ୍ଷକ ମନମୁତାବକ ଚଳାଇ ଆସୁଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଦରକାର।  ଅନ୍ୟପଟେ ଏହି ଅଭିଯୋଗକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଉତ ଦେଶୀ ନାୟକ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ସିଆରସିସି ତାରକାନ୍ତ ମାଲିକଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡତ୍ୟାଙ୍କୁ ପଚାରିବାରୁ ଅଭିଯୋଗକୁ ଆଧାର କରି ତଦନ୍ତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories