ଜୟପୁର : କୋରାପୁଟ ଜିଲା ଜୟପୁରର ହମ୍ବର ହାଉସ ଛକ ଏମଂ ପାୱାର ହାଉସ ଛକ ମଧ୍ୟରେ ପୁଲିସ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା ଜଣାପଡିଛି। ଅପରାଧୀର ନାମ ହେଉଛି ରଞ୍ଜିତ ବାଗ। ସେ ପ୍ରଥମେ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ଯାହାର ଜବାବରେ ପୁଲିସ ମଧ୍ୟ ୩ରାଉଣ୍ଡ ଗୁଳି ଚଳାଇଥିଲେ। ରଞ୍ଜିତ ଗୋଡରେ ବାଜିବାରୁ ସେ ଆହତ ହୋଇଛି। ସେହିପରି ରଞ୍ଜିତର ଗୁଳି ପୁଲିସର ହାତରେ ବାଜିବାରୁ ଜଣେ ପୁଲିସ କର୍ମୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ପୁଲିସ ତାଠାରୁ ଏକ ଦେଶୀ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ଗୋଟିଏ ମୋବାଇଲ ଫୋନ, ୫୦ହଜାର ଟଙ୍କା ଜବତ କରିଛି। ରଞ୍ଜିତକୁ ଜୟପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
Popular Categories



