www.samajalive.in
Saturday, December 6, 2025
17.1 C
Bhubaneswar

କେରଳ ୱାଏନାଡ ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

ଡେସ୍କ: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ ଭୂସ୍ଖଳନ ପ୍ରଭାବିତ ୱାୟନାଡ ଜିଲ୍ଲାରୁ ଏପର୍ଯ୍ୟନ୍ତ ୯୩ଟି ମୃତଦେହ ଉଦ୍ଧାର କରାଯାଇଛି। ତିରୁବନନ୍ତପୁରମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି ବିଜୟନ କହିଛନ୍ତି ଯେ ୩୪ଟି ମୃତଦେହ ଚିହ୍ନଟ କରାଯାଇଛି, ସେଥିମଧ୍ୟରୁ ୧୮ଟିକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଆହତ ହୋଇଥିବା ୧୨୮ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୂସ୍ଖଳନ ପରେ ଭାସିଯାଇଥିବା ୧୬ଟି ମୃତଦେହ ମାଲାପୁରମ ଜିଲ୍ଲାର ପୋଥୁକାଲସ୍ଥିତ ଚାଲିୟାର୍ ନଦୀରୁ ଉଦ୍ଧାର କରାଯାଇଛି। ସେନା ଏବଂ ନୌସେନାର ଯବାନମାନେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସାମିଲ ହୋଇଛନ୍ତି ଏବଂ ମୁଣ୍ଡାକାୟମରେ ହୋଇଥିବା ଭୂସ୍ଖଳନରୁ ପ୍ରାୟ ୧୫୦ ଜଣଙ୍କୁ ଉଦ୍ଧାର କରିଛନ୍ତି।

ଏହି ଭୂସ୍ଖଳନକୁ ରାଜ୍ୟର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଭୂସ୍ଖଳନ ରାତି ପ୍ରାୟ ୨ଟା ବେଳେ ଘଟିଥିବା ବେଳେ ଭୋର ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା। ଭୂସ୍ଖଳନ ଯୋଗୁଁ ଏରାଭାନଜିପୁଜା ନଦୀ ଦୁଇ ଭାଗରେ ବିଭକ୍ତ ହୋଇଥିଲା।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ପ୍ରମୁଖ ତାଙ୍କ ସହ କଥା ହୋଇ ସହାୟତା ପାଇଁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ୱାୟନାଡରେ ୪୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି ଯେଉଁଥିରେ ୩ ହଜାର ୬୯ ଜଣଙ୍କୁ ରଖାଯାଇଛି। ପିନାରାୟୀ ବିଜୟନ ମଧ୍ୟ ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜିଠାରୁ ଦୁଇ ଦିନ ପାଇଁ ରାଜ୍ୟରେ ଶୋକ ଘୋଷଣା କରାଯାଇଛି।

ହାଓଡ଼ା-ମୁମ୍ବାଇ ରେଳ ଦୁର୍ଘଟଣା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଶେଷ

ବନ୍ୟାରେ ନଦୀ ଉପରେ ଥିବା ଏକ ପୋଲ ଧୋଇ ଯାଇଥିବାରୁ ଚଉରାମଳାଠାରେ ଦଉଡ଼ି ଓ ବିଞ୍ଚ ସାହାଯ୍ୟରେ ପ୍ରବାହିତ ନଦୀ ପାର ହୋଇ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଭଗ୍ନାବଶେଷରୁ ଅନେକ ଲୋକଙ୍କୁ ଉଦ୍ଧାର କରାଯାଉଛି। ନିଖୋଜ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ଶହ ଶହ ଚିନ୍ତିତ ସମ୍ପର୍କୀୟ ମେପ୍ପାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିଡ଼ ଜମାଉଛନ୍ତି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories