ହାଓଡ଼ା-ମୁମ୍ବାଇ ରେଳ ଦୁର୍ଘଟଣା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଶେଷ

ଡେସ୍କ: ଝାଡ଼ଖଣ୍ଡରେ ହାଓଡ଼ା-ମୁମ୍ବାଇ ରେଳ ଦୁର୍ଘଟଣା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଚକ୍ରଧରପୁର ରେଳଡିଭିଜନ ଅନ୍ତର୍ଗତ ପୋଟୋବେଡା ଗାଁ ନିକଟରେ ବରବାମ୍ବୋ ଓ ଖାରସାୱା ରେଳ ଷ୍ଟେସନ ମଧ୍ୟରେ ଆଜି ସକାଳେ ହାଓଡ଼ା-ମୁମ୍ବାଇ ମେଲ୍ର ୧୮ଟି ବଗି ଲାଇନଚ୍ୟୁତ ହେବାରୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନର ବି-୪ ବଗିରୁ ଦୁଇ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ହାଓଡ଼ାରୁ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାସ୍ ଅଭିମୁଖେ ଯାଉଥିଲା। ଫସି ରହିଥିବା ଯାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଏଥିସହ ଗୁରୁତର ଆହତ ଯାତ୍ରୀଙ୍କ ପାଇଁ ୫ ଲକ୍ଷ ଓ ଆହତ ଯାତ୍ରୀଙ୍କ ପାଇଁ ୧ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।

ଆୟର୍ଲାଣ୍ଡକୁ ୨-୦ ଗୋଲରେ ହରାଇଲା ଭାରତ

ରେଳ ଦୁର୍ଘଟଣା ଯୋଗୁଁ ଦକ୍ଷିଣ ପୂର୍ବ ରେଳପଥର ଟାଟାନଗର- ଚକ୍ରଧରପୁର ରେଳ ସେକ୍ସନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୧୧ଟି ଲମ୍ବା ରୁଟ୍ ଟ୍ରେନ୍ ବାତିଲ ହୋଇଥିବା ବେଳେ ୧୭ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ରେଳବାଇର ଉଚ୍ଚ ଅଧିକାରୀମାନେ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

ଯାତ୍ରୀମାନଙ୍କ ସହାୟତା ନିମନ୍ତେ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସେହି ହେଲ୍ପଲାଇନ ନମ୍ବରଗୁଡିକ ହେଉଛି – ଟାଟାନଗର (୦୬୫୭୨୨୯୦୩୨୪), ଚକ୍ରଧରପୁର (୦୬୫୮୭ ୨୩୮୦୭୨), ରାଉରକେଲା (୦୬୬୧୨୫୦୧୦୭୨, ୦୬୬୧୨୫୦୦୧୪୪), ରାଞ୍ଚି (୦୬୫୨୨୭୮୭୧୧) ଏବଂ ହାୱଡ଼ା (୯୪୩୩୩୫୭୯୨୦, ୦୩୩୨୬୩୮୨୨୧)।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Comments are closed.