ଦୈନିକ ସମାଜର ମୁଖ୍ୟ ପରିଚାଳକଙ୍କ ନାମରେ ଫେକ୍ ଫେସ୍ବୁକ୍ ଆକାଉଣ୍ଟ
ଭୁବନେଶ୍ୱର – ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଷ୍ଠିତ ଏବଂ ଜଣାଶୁଣା ଲୋକଙ୍କ ନାମରେ ମିଛ ଫୋନ୍ କରି ଟଙ୍କା ମାଗିବା ଏବଂ ବିଭିନ୍ନ ସୁବିଧା ଆପଣେଇବାରେ ଅପରାଧିମାନ ଧୂରନ୍ଧର । ଫେସ୍ବୁକ୍ ସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଫେକ୍ ଆକାଉଣ୍ଟ କରି ଟଙ୍କା ଏବଂ ସାହାଯ୍ୟ ମାଗିବ ଏବେ ବ୍ୟାପକ ଭାବେ ହେଉଛି ।
ଦୈନିକ ସମାଜ ଖବର କାଗଜର ମୁଖ୍ୟ ପରିଚାଳକ ଶିବରାମ ମିଶ୍ରଙ୍କ ନାମରେ କେହି ସାଇବର ଅପରାଧି ଏକ ଫେକ୍ ଫେସ୍ବୁକ୍ ଆକାଉଣ୍ଟ ଖୋଲି ବିଭନ୍ନ ବ୍ୟକ୍ତିଙ୍କୁ ଟଙ୍କା ମାଗୁଛନ୍ତି । ଏହି ଫେକ୍ ଆକାଉଣ୍ଟଙ୍କର କୈଣସି ମେସେଜ୍ର ପ୍ରତ୍ୟୁତ୍ତର ନଦେବା ସହ କୌଣସି ଆର୍ଥିକ କାରବାରନ ନ କରିବା ପାଇଁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି ।
ଏହି ଆକାଉଣ୍ଟକୁ ଫେସ୍ବୁକ୍ରେ ରିପୋର୍ଟ କରିବା ପାଇଁ ସେ କହିଛନ୍ତି ।
Comments are closed.