www.samajalive.in
Sunday, December 7, 2025
26.1 C
Bhubaneswar

ଲୋକପାଳ ମାମଲା: କମିଟି ଗଠନ ନେଇ ସତ୍ୟପାଠ ଦାଖଲ ନିର୍ଦେଶ

ନୂଆଦିଲ୍ଲୀ : ଲୋକପାଳ ନିମନ୍ତେ ଅନୁସନ୍ଧାନ କମିଟି ଗଠନ ଦିଗରେ ଅଦ୍ୟାବଧି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଛନ୍ତି। ଏ ସମ୍ବନ୍ଧରେ ଏକ ସତ୍ୟପାଠ ଜାନୁଆରୀ ୧୭ରେ ପରବର୍ତ୍ତୀ ଶୁଣାଣି ବେଳେ ଦାଖଲ କରିବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ୍‌. କେ. କାଉଲଙ୍କ ପୀଠ ଆଟ୍ଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳଙ୍କୁ ନିର୍ଦେଶ ଦେଇଛନ୍ତି। ୨୦୧୮ ସେପ୍ଟେମ୍ବରରୁ ଇତିମଧ୍ୟରେ ଏହି କମିଟି ଗଠନ ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶୁଣାଣି ସମୟରେ ବେଣୁଗୋପାଳ କହିଥିଲେ। ମାତ୍ର ଇତିମଧ୍ୟରେ ବହୁ ସମୟ ଅତିବାହିତ ହୋଇଥିବା ବେଳେ ସରକାର କି ପଦକ୍ଷେପ ଗ୍ର ହଣ କରିଛନ୍ତି ବୋଲି ପୀଠ ପ୍ରଶ୍ନ କରିବାରୁ ବେଣୁଗୋପାଳ ପୁନଃ ତାଙ୍କ ଯୁକ୍ତି ଦୋହରାଇଥିଲେ। ଫଳରେ ଉତ୍‌କ୍ଷିପ୍ତ ହୋଇ କମିଟି ଗଠନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲିଖିତ ଆକାରରେ ଦାଖଲ କରିବାକୁ ପୀଠ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ସରକାର ଅନୁସନ୍ଧାନ କମିଟିର ସଦସ୍ୟଙ୍କ ତାଲିକା ସରକାରୀ ୱେବସାଇଟରେ ସାର୍ବଜନୀନ କରି ନ ଥିବା ମାମଲାର ଅନ୍ୟତମ ପକ୍ଷ ତଥା ସ୍ବେଚ୍ଛାସେବୀ ସଂଗଠନ ‘କମନକଜ’ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories