www.samajalive.in
Sunday, December 7, 2025
13.1 C
Bhubaneswar

ଦାଣ୍ଡମୁକୁନ୍ଦପୁର ବଜାର ରାସ୍ତାର ଅବସ୍ଥା ଶୋଚନୀୟ

ପିପିଲି: ଖାଲଖମାରେ ପରିଣତ ହୋଇଥିବା ଦାଣ୍ଡମୁକୁନ୍ଦପୁର ବଜାର ମୁଖ୍ୟ ରାସ୍ତାର ଆବଶ୍ୟକ ମରାମତି କରାନଯିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପିପିଲି ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଏଥିଯୋଗୁଁ ଦୈନିକ ଛୋଟମୋଟ ଦୁର୍ଘଟଣାମାନ ଘଟୁଥିବା ବେଳେ ଯାତାୟତରେ ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହାର ମରାମତି ଦିଗରେ ବିଭାଗୀୟ କର୍ତୃପକ୍ଷଙ୍କ ନିରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପିପିଲି-ଦାଣ୍ଡମୁକୁନ୍ଦପୁର ରାସ୍ତାର ଦାଣ୍ଡମୁକୁନ୍ଦପୁର ବଜାର ଠାରୁ ଭୋଗୁଆବାଙ୍କ ପର୍ଯ୍ୟନ୍ତ ଯାଇଥିବା ୩ଶହ ମିଟର ରାସ୍ତା ଖାଲଖମାରେ ପରିଣତ ହୋଇଛି। ଦୀର୍ଘ ୫ବର୍ଷ ମଧ୍ୟରେ ଏହି ରାସ୍ତାର ସ୍ଥାୟୀ ମରାମତି କରାଯାଇନାହିଁ। ଏହି ରାସ୍ତାରେ ଯାଉଥିବା ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଓ ସାଧାରଣ ଲୋକେ ଏଥିଯୋଗୁଁ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସରକାରୀ ଓ ଘରୋଇ ଯାତ୍ରୀବାହୀ ବସ୍‌‌ରେ ଦୈନିକ ଶହ ଶହ ଲୋକେ ଏହି ରାସ୍ତାରେ ଯାତାୟତ କରୁଛନ୍ତି। ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯିବା ବେଳେ ଖାଲଖମା ଯୋଗୁଁ ବିଶେଷ ସମସ୍ୟାର ସମ୍ମୁଖିନ ହେଉଥିବା ସୂଚନା ମିଳିଛି। ଦୁଇଚକିଆ ଠାରୁ ଆରମ୍ଭ କରି ଚାରିଚକିଆ ଯାନବାହନ ଗୁଡିକ ଏହି ଖାଲରେ ପଡ଼ି କ୍ଷତିଗ୍ରସ୍ତ ହେଉଥିବା ବେଳେ ଲୋକେ ଆହତ ମଧ୍ୟ ହେଉଛନ୍ତି। ରାସ୍ତା ଉପରେ ଥିବା ଖାଲ ଠାରୁ ଦୂରେଇ ରହିବା ପାଇଁ ଗାଡି ଚାଳକମାନେ ବାଧ୍ୟହୋଇ କେତେବେଳେ ବାମ ପାର୍ଶ୍ବ ତ’ ପୁଣି କେତେବେଳେ ଡାହାଣ ପାର୍ଶ୍ବକୁ ମଡାଇ ଗାଡି ଚଳାଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ପ୍ରମୁଖ ରାସ୍ତାର ସ୍ଥାୟୀ ମରାମତି ଦିଗରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ତେବେ ଖୁବ୍‌‌ ଶିଘ୍ର ଏହି ରାସ୍ତାର ଆବଶ୍ୟକ ସ୍ଥାୟୀ ମରାମତି କାର୍ଯ୍ୟ କରାଯିବ ବୋଲି ପିପିଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories