କେନ୍ଦ୍ରୀୟ ସୁରକ୍ଷା ବଳରେ ଅଗ୍ନିବୀରଙ୍କୁ ମିଳିବ ୧୦% ସଂରକ୍ଷଣ ଓ ବୟସ ରିହାତି
ଡେସ୍କ: ଏକ ନିଷ୍ପତ୍ତି ଅନୁଯାୟୀ ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ), ସଶସ୍ତ୍ର ସୀମା ବଳ (ଏସଏସବି), ରେଳବାଇ ସୁରକ୍ଷା ବଳ (ଆରପିଏଫ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଓ ସୀମା ସୁରକ୍ଷା ବଳ (ବିଏସଏଫ)ରେ ୧୦% ସଂରକ୍ଷଣ ଓ ବୟସ କୋହଳ କରାଯିବ। ସିଆରପିଏଫ ମହାନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସଂରକ୍ଷଣ ଓ ବୟସ କୋହଳ ହେବା ଦ୍ୱାରା ସିଆରପିଏଫ ସମେତ ସମସ୍ତ କେନ୍ଦ୍ରୀୟ ସୁରକ୍ଷା ବଳକୁ ପ୍ରଶିକ୍ଷିତ ମାନବ ସମ୍ବଳ ମିଳିବା ସୁନିଶ୍ଚିତ ହେବ। ସିଆରପିଏଫ ମହାନିର୍ଦ୍ଦେଶକ କହିଛନ୍ତି ଯେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସିଆରପିଏଫ, ଏସଏସବି, ଆରପିଏଫ, ସିଆଇଏସଏଫ ଓ ବିଏସଏଫରେ ଅଗ୍ନିବୀର ମାନଙ୍କ ଭର୍ତ୍ତି ଲାଗି ମଧ୍ୟ ବ୍ୟବସ୍ଥା ସରିଥିବା ସେ କହିଛନ୍ତି।
ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in/a-bird-save-her-children-from-snake-video-viral/581936.html
ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG ମୋବାଇଲରେ ବ୍ରେକିଙ୍ଗ ନ୍ୟୁଜ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/KFZtE3qCNBI3dK6r9zxOSW |
ସୂଚନା ଅନୁଯାୟୀ, ପ୍ରଥମ ବ୍ୟାଚର ଅଗ୍ନିବୀର ମାନେ ଯଦି ସିଆରପିଏଫରେ ଯୋଗ ଦେବେ, ସେ କ୍ଷେତ୍ରରେ ୫ ବର୍ଷ ବୟସ କୋହଳ କରାଯିବ। ଏହାଛଡା ସେମାନଙ୍କ ମନୋନୟନ ପାଇଁ ୧୦% ଚାକିରୀରେ ସଂରକ୍ଷଣ ମଧ୍ୟ ଲାଗୁ ହେବ। ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ମଧ୍ୟ ଦେବାକୁ ପଡିବ ନାହିଁ। ସେହିପରି ଦ୍ଵିତୀୟ ବ୍ୟାଚ ଅଗ୍ନିବୀରଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯିବ ବୋଲି ସେ କହିଛନ୍ତି।
ସିଆରପିଏଫ ଡିଜି କହିଛନ୍ତି ଯେ ଅଗ୍ନିବୀରମାନେ ଯେହେତୁ ପ୍ରଶିକ୍ଷଣ ପାଇଁ ସାରିଛନ୍ତି ଓ ସେନାରେ କାର୍ଯ୍ୟ କରିସାରିଛନ୍ତି, ତେଣୁ ପ୍ରଥମ ଦିନରୁ ହିଁ ସିଆରପିଏଫକୁ ଅଭିଜ୍ଞ ପ୍ରାର୍ଥୀ ମିଳିପାରିବେ।
ତ୍ରିଭୁବନ ବିମାନବନ୍ଦରରେ ଦୁର୍ଘଟଣା ପଛର ରହସ୍ୟ କ’ଣ ? ପୂର୍ବରୁ ବି ଯାଇଛି ଅନେକ ଜୀବନ
Comments are closed.