www.samajalive.in
Friday, December 5, 2025
20.1 C
Bhubaneswar

ଉପସ୍ୱାସ୍ଥ୍ୟ କେନ୍ଦ୍ର ନିମ୍ନମାନର ନିର୍ମାଣ ଅଭିଯୋଗ

ବାସୁଦେବପୁର: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଲକ୍ଷ୍ମୀଦାସପୁର ଠାରେ ଉପସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯାଇଥିଲା। ସରକାରୀ ଭାବେ ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଠିକାଦାର ସୁକାନ୍ତ ଚରଣ ସେଠୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଦୁଇମହଲା ବିଶିଷ୍ଠ ଏହି ଉପସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ୩୦ଲକ୍ଷ ୮୨ହଜାର ୭୮୪ଟଙ୍କା ବ୍ୟୟ ଅଟକଳ ଥିବା ବେଳେ ୨.୯୯ ପ୍ରତିଶତ କଟଣିରେ ଛଅମାସ ଅବଧି ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସଂପୁର୍ଣ୍ଣ କରାଯିବ ବୋଲି ଉଲ୍ଲେଖ ରହିଛି। ଆଜକୁ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ହେଁ ନିର୍ମାଣ କାର୍ଯ୍ୟ ସଂପୁର୍ଣ୍ଣ ହୋଇପାରୁନି। ତେଣେ ଠିକାଦାର ଜଣକ ମନୋମୁଖୀ ଭାବରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଚଳାଇ ଥିବାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହାମଧ୍ୟରେ ଠିକାଦାର ଜଣକ ଏହି ପ୍ରକଳ୍ପ ବାବଦକୁ ୨୦୨୪ ମସିହା ମଇ ମାସ ୧୭ ତାରିଖରେ ୧୬ ଲକ୍ଷ ୭୮ହଜାର ୨୨୭ ଟଙ୍କା ଉଠାଇ ନେଇଥିବା ଜାଣିବାକୁ ମିଳିଛି। ଏନେଇ ସ୍ଥାନୀୟ ପଞ୍ଚାୟତର ପୁର୍ବତନ ସରପଞ୍ଚ ବୁଦ୍ଧିରାମ ସେଠୀ କୁହନ୍ତି, ନିର୍ମାଣ କାର୍ଯ୍ୟ ସମୟରେ କୈାଣସି ସରକାରୀ ଅଫିସର ଅଥବା କର୍ମଚାରୀ ଅନୁପସ୍ଥିତ ରହିବା କାରଣରୁ ପ୍ରକଳ୍ପ ନିର୍ମାଣ ନିମ୍ନମାନର ହେଉଛି। କଳଙ୍କି ଲାଗିଯାଇଥିବା ରଡ, କମ ପରିମାଣରେ ସିମେଣ୍ଟ ଦିଆଯିବା ସାଥିକୁ ପାଣି ସିଞ୍ଚନ କରାନଯିବା କାରଣରୁ ଏହି ପ୍ରକଳ୍ପର ସ୍ଥାୟିତ୍ୱ ନାହିଁ। ଏମିତି ବି ନିର୍ମାଣାଧିନ ପ୍ରକଳ୍ପର ସୂଚନାଫଳକ ବାବଦକୁ ୫ହଜାର ଟଙ୍କା ବ୍ୟୟ ବରାଦ ଥିବା ବେଳେ ଏଯାବତ ତାହା ନିର୍ମାଣ କରାଯାଇନାହିଁ। ଠିକାଦର ଜଣକ ପ୍ରଭାବଶାଳୀ ଲୋକ ହୋଇଥିବାରୁ ସରକାରଙ୍କ ତହବିଲରୁ ଜନସାଧାରଣଙ୍କ ସ୍ୱାର୍ଥ ଏବେ ଠିକାଦାରଙ୍କ ସ୍ୱାର୍ଥ ଭାବରେ ଉଭା ହୋଇଛି। ଦାୟିତ୍ୱରେ ଥିବା। କନିଷ୍ଠଯନ୍ତ୍ରୀ ତପନ ମହାପାତ୍ର କହିଛନ୍ତି, ନିମ୍ନମାନର ନିର୍ମାଣ ଅଭିଯୋଗକୁ ନେଇ ବିଡିଓଙ୍କୁ ଅବଗତ କରାଇସାରିଛି। ବିଡିଓ ସଞ୍ଜିବ କୁମାର ସାହୁ କହିଛନ୍ତି ଯେ ଏନେଇ ଅଭିଯୋଗ ଆସିବା ପରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁhttps://samajalive.in/10-quota-for-agiveers-in-central-armed-forces/581930.html

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁhttp://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ମୋବାଇଲରେ ବ୍ରେକିଙ୍ଗ ନ୍ୟୁଜ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/KFZtE3qCNBI3dK6r9zxOSW

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories