www.samajalive.in
Monday, December 15, 2025
26.1 C
Bhubaneswar

କେନ୍ଦ୍ରୀୟ ସୁରକ୍ଷା ବଳରେ ଅଗ୍ନିବୀରଙ୍କୁ ମିଳିବ ୧୦% ସଂରକ୍ଷଣ ଓ ବୟସ ରିହାତି

ଡେସ୍କ: ଏକ ନିଷ୍ପତ୍ତି ଅନୁଯାୟୀ ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ), ସଶସ୍ତ୍ର ସୀମା ବଳ (ଏସଏସବି), ରେଳବାଇ ସୁରକ୍ଷା ବଳ (ଆରପିଏଫ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଓ ସୀମା ସୁରକ୍ଷା ବଳ (ବିଏସଏଫ)ରେ ୧୦% ସଂରକ୍ଷଣ ଓ ବୟସ କୋହଳ କରାଯିବ। ସିଆରପିଏଫ ମହାନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସଂରକ୍ଷଣ ଓ ବୟସ କୋହଳ ହେବା ଦ୍ୱାରା ସିଆରପିଏଫ ସମେତ ସମସ୍ତ କେନ୍ଦ୍ରୀୟ ସୁରକ୍ଷା ବଳକୁ ପ୍ରଶିକ୍ଷିତ ମାନବ ସମ୍ବଳ ମିଳିବା ସୁନିଶ୍ଚିତ ହେବ। ସିଆରପିଏଫ ମହାନିର୍ଦ୍ଦେଶକ କହିଛନ୍ତି ଯେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସିଆରପିଏଫ, ଏସଏସବି, ଆରପିଏଫ, ସିଆଇଏସଏଫ ଓ ବିଏସଏଫରେ ଅଗ୍ନିବୀର ମାନଙ୍କ ଭର୍ତ୍ତି ଲାଗି ମଧ୍ୟ ବ୍ୟବସ୍ଥା ସରିଥିବା ସେ କହିଛନ୍ତି।

ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁhttps://samajalive.in/a-bird-save-her-children-from-snake-video-viral/581936.html

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁhttp://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ମୋବାଇଲରେ ବ୍ରେକିଙ୍ଗ ନ୍ୟୁଜ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/KFZtE3qCNBI3dK6r9zxOSW

ସୂଚନା ଅନୁଯାୟୀ, ପ୍ରଥମ ବ୍ୟାଚର ଅଗ୍ନିବୀର ମାନେ ଯଦି ସିଆରପିଏଫରେ ଯୋଗ ଦେବେ, ସେ କ୍ଷେତ୍ରରେ ୫ ବର୍ଷ ବୟସ କୋହଳ କରାଯିବ। ଏହାଛଡା ସେମାନଙ୍କ ମନୋନୟନ ପାଇଁ ୧୦% ଚାକିରୀରେ ସଂରକ୍ଷଣ ମଧ୍ୟ ଲାଗୁ ହେବ। ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ମଧ୍ୟ ଦେବାକୁ ପଡିବ ନାହିଁ। ସେହିପରି ଦ୍ଵିତୀୟ ବ୍ୟାଚ ଅଗ୍ନିବୀରଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯିବ ବୋଲି ସେ କହିଛନ୍ତି।

ସିଆରପିଏଫ ଡିଜି କହିଛନ୍ତି ଯେ ଅଗ୍ନିବୀରମାନେ ଯେହେତୁ ପ୍ରଶିକ୍ଷଣ ପାଇଁ ସାରିଛନ୍ତି ଓ ସେନାରେ କାର୍ଯ୍ୟ କରିସାରିଛନ୍ତି, ତେଣୁ ପ୍ରଥମ ଦିନରୁ ହିଁ ସିଆରପିଏଫକୁ ଅଭିଜ୍ଞ ପ୍ରାର୍ଥୀ ମିଳିପାରିବେ।

ତ୍ରିଭୁବନ ବିମାନବନ୍ଦରରେ ଦୁର୍ଘଟଣା ପଛର ରହସ୍ୟ କ’ଣ ? ପୂର୍ବରୁ ବି ଯାଇଛି ଅନେକ ଜୀବନ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories