www.samajalive.in
Saturday, December 6, 2025
26.1 C
Bhubaneswar

ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା, ଧାର୍ଯ୍ୟ ସମୟ ପୂର୍ବରୁ ବିଦ୍ୟାଳୟରେ ତାଲା

ବାସୁଦେବପୁର: ବିଦ୍ୟାଳୟରେ ଉପସ୍ଥାନ ହାର ବଢାଇବା ପାଇଁ ମଧ୍ୟାହ୍ନଭୋଜନ ସାଥୀକୁ ମାଗଣା ପାଠ୍ୟ ପୁସ୍ତକ, ଜୋତା ଓ ପୋଷାକ ଯୋଗାଇ ଦିଆଯାଉଛି । ମାତ୍ର ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ କେତେଜଣ ଶିକ୍ଷକଙ୍କ ମନୋମୁଖୀ କାର୍ଯ୍ୟକଳାପ ପାଇଁ ସରକାରୀ ବିଦ୍ୟାଳୟରେ ନିଜ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଅଭିଭାବକମାନେ ଅନିଛା ପ୍ରକାଶ କରୁଛନ୍ତି। ବିଦ୍ୟାଳୟରେ କାର୍ଯ୍ୟରତ କେତେଜଣ ଶିକ୍ଷକ ଅପରାହ୍ନ ଚାରିଟା ପୁର୍ବରୁ ବିଦ୍ୟାଳୟକୁ ଛୁଟି କରିଦେଇ ତାଲାମାରିବା ଘଟଣାକୁ ନେଇ ଅଭିଭାବକମାନଙ୍କ ମହଲରେ ନିନ୍ଦା କରାଯାଇଛି। ଏମିତି ଘଟଣା ବାସୁଦେବପୁର ଶିକ୍ଷା ମଣ୍ଡଳ ଅଧିନ ପଦ୍ମପୁର ପଞ୍ଚାୟତର ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୋଲି ଜାଣିବାକୁ ମିଳିଛି। ଏହି ବିଦ୍ୟାଳୟରେ ସଂପର୍କରେ କେତେଜଣ ଅଭିଭାବକମାନେ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁଙ୍କୁ ବାରମ୍ବାର ଅବଗତ କରାଇଥିଲେହେଁ କୈାଣସି ସୁଫଳ ମିଳିପାରିନାହିଁ। ଆଜି ଅପରାହ୍ନ ଚାରିଟା ପୁର୍ବରୁ ବିଦ୍ୟାଳୟରେ ତାଲା ପଡିବା ଦେଖିବାକୁ ମିଳିଥିଲା। ଏଥିସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ଡ୍ରେସକୋଡରେ ନଥିବା ଦେଖିବାକୁ ମିଳିଥିଲା। ସରକାରୀ ଆଇନକୁ ଫୁ କରି ବେଧଡକ ଭାବରେ ଧାର୍ଯ୍ୟ ସମୟ ପୁର୍ବରୁ ବିଦ୍ୟାଳୟରେ ତାଲା ପକାଇବା ଘଟଣାକୁ ନେଇ ପ୍ରଧାନଶିକ୍ଷକ ସତ୍ୟସୁନ୍ଦର ଦାଶଙ୍କୁ ପଚାରିବାରୁ ସେ ନୀରବ ରହିଥିଲେ।

ଏନେଇ ବ୍ଲକ ଶିକ୍ଷାଧିକାରୀ କୁହନ୍ତି, ଉପାନ୍ତ ଅଞ୍ଚଳରେ ଏମିତି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ଆସିଛି। ଏସଂପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ସମାଜସେବୀ କିଶୋର ମହାପାତ୍ର କୁହନ୍ତି, ଉପାନ୍ତ ଅଞ୍ଚଳରେ ଏହାଏକ ବ୍ୟାଧି ଭାବରେ ରହି ଆସିଛି। ଅପରାହ୍ନ ଚାରିଟା ପୁର୍ବରୁ ବିଦ୍ୟାଳୟରେ ତାଲା ପକାଉଥିବା ଶିକ୍ଷକମାନଙ୍କୁ ବ୍ଲକ ବାହାରକୁ ବଦଳି କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ପରିବର୍ତ୍ତେ ନିକଟ ଅଞ୍ଚଳକୁ ଅଣାଯାଇ ସୁରକ୍ଷିତ କରାଯାଉଛି। ଯାହାଫଳରେ ବାସୁଦେବପୁରରେ ଥିବା କେତେକ ସରକାରୀ ବିଦ୍ୟାଳୟମାନଙ୍କରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି। ରାଜନୈତିକ ଇଛାଶକ୍ତିର ଘୋର ଅଭାବ ଓ ପ୍ରଶାସନିକ ଉଦାସୀନତା ମନୋଭାବ ପାଇଁ ଏପରି ଘଟୁଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories