www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାରେ ମୁଣ୍ଡପିଛା ଆୟ ୧ ଲକ୍ଷ ୬୪ ହଜାର

ଭୁବନେଶ୍ବର : ରାଜ୍ୟ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ  ଓଡିଶାରେ ମୁଣ୍ଡପିଛା ଆୟ ୧,୬୪,୪୩୭ ଟଙ୍କା ରହିଛି । ୨୦୨୩-୨୪ରେ ଓଡିଶାର ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି । ଯାହାକି ୨୦୨୨-୨୩ରେ ୭.୯ ପ୍ରତିଶତ ଥିଲା । ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବିକାଶ ହେବା ଫଳରେ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଛି । ୨୦୧୫-୧୬ ମସିହାରୁ  ୨୦୧୯-୨୦୨୧ ମଧ୍ୟରେ ରାଜ୍ୟର ୬୨ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଅତିକ୍ରମ କରିଛନ୍ତି । ସେହିଭଳି ୨୦୨୩-୨୪ରେ  କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ୩.୫ ପ୍ରତିଶତ ହେବା ନେଇ ଆକଳନ କରାଯାଉଛି । ୨୦୨୨-୨୩ ରେ ଧାନ ଉତ୍ପାଦନ ୧୪୧.୪ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ୨୦୨୧-୨୨ରେ ଓଡିଶା ଦେଶର ପଞ୍ଚମ ବୃହତ୍ତ ଧାନ ଉତ୍ପାଦନକାରୀ ରାଜ୍ୟ ପାଲଟିଛି ।

ବିଧାନସଭାରେ ଉପସ୍ଥାପିତ ଏହି ସର୍ଭେ ରିପୋର୍ଟରେ ମାଧ୍ୟମିକ ସ୍ତରରୁ ଅଧାରୁ ପାଠ ଛାଡିବା ହାରରେ ଓଡିଶା ଦେଶରେ ପ୍ରଥମ ବୋଲି ଜଣାପଡିଛି । ଓଡିଶାରେ ଏବେ ମାଧ୍ୟମିକ ସ୍ତରରେ ପାଠ ଛାଡିବା ହାର ୨୭.୨୯ % ରହିଛି । ୨୭.୨୯ ପ୍ରତିଶତ ପିଲା ପାଠ ଛାଡିବା ସର୍ବଭାରତୀୟ ସ୍ତରରେ ଶୀର୍ଷ । ଅନ୍ୟପଟେ ରାଜ୍ୟରେ ନାମଲେଖା ଅନୁପାତ ସର୍ବଭାରତୀୟ ହାରାହାରିଠାରୁ କମ୍ ବୋଲି ଉଲ୍ଲେଖ ରହିଛି ।

କେନ୍ଦ୍ରୀୟ ସୁରକ୍ଷା ବଳରେ ଅଗ୍ନିବୀରଙ୍କୁ ମିଳିବ ୧୦% ସଂରକ୍ଷଣ ଓ ବୟସ ରିହାତି

- Advertisement -

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories