ରାଜ୍ୟସଭାକୁ ନିର୍ବାଚନ ପ୍ରସଙ୍ଗରେ ଶୁଣାଣିର ସମ୍ମୁଖୀନ ହେବେ ଅହମ୍ମଦ ପଟେଲ
ନୂଆଦିଲ୍ଲୀ : ରାଜ୍ୟସଭାକୁ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ନିର୍ବାଚନକୁ ବିରୋଧ କରି ବିଜେପି ପ୍ରାର୍ଥି ବଳୱନ୍ତସିଂହ ରାଜପୁତ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ଦେଇଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣିର ସମ୍ମୁଖୀନ ହେବା ଲାଗି ସର୍ବୋଚ୍ଚ ଅଦାଲତ ପଟେଲଙ୍କୁ ନିର୍ଦେଶ ଦେଇଛନ୍ତି। ପଟେଲଙ୍କ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇ ରାଜପୁତ ଆଣିଥିବା ଅଭିଯୋଗ ଉପରେ ଶୁଣାଣି ହେବା ଆବଶ୍ୟକ ବୋଲି ୨୦୧୮ ଅକ୍ଟୋବର୨୬ରେ ହାଇକୋର୍ଟ ରାୟ ଦେଇଥିଲେ। ମାତ୍ର ରାଜପୁତଙ୍କ ଆବେଦନର ଯଥାର୍ଥାତା ଉପରେ ପ୍ରଶ୍ନ ଉଠାଇ ପଟେଲ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏହି ରାୟରେ ହସ୍ତକ୍ଷେପ କରିବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ୍. କେ. କାଉଲଙ୍କ ପୀଠ ମନା କରିବା ପରେ ପଟେଲଙ୍କ ବିରୋଧରେ ଶୁଣାଣି ଆରମ୍ଭ ହେବାର ବାଟ ଖୋଲିଛି।