ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଏଲିଜାବେଥ୍‌ ୱାରେନ୍‌

0

ୱାଶିଂଟନ୍‌ : ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଦୌଡ଼ରେ ନିଜକୁ ସାମିଲ କରିଛନ୍ତି ଡେମୋକ୍ରାଟିକ୍‌ ଦଳର ସିନେଟ ସଦସ୍ୟ ଏଲିଜାବେଥ୍‌ ୱାରେନ୍‌। ଗତ ନଭେମ୍ବରରେ ଅନୁଷ୍ଠିତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ସେ ମାସାଚୁସେଟ୍ସରୁ ସିନେଟକୁ ପୁନଃ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୀବ୍ର ସମାଲୋଚକ ଭାବେ ପରିଚିତ ୬୯ବର୍ଷୀୟା ୱାରେନ୍‌ ୨୦୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ନିଜର କମିଟି ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ୱାରେନ୍‌ ହେଉଛନ୍ତି ହାଭାର୍ଡ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର। ପ୍ରାର୍ଥୀ ହେବା ପାଇଁ ସେ ନିଜ ଦଳର କାଲିଫର୍ଣ୍ଣିଆ ସିନେଟର ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ। ହାୱାଇରୁ କଂଗ୍ରେସକୁ ନିର୍ବାଚିତ ଏକମାତ୍ର ହିନ୍ଦୁ ସଦସ୍ୟା ତୁଳସୀ ଗାବାର୍ଡ ମଧ୍ୟ ତାଙ୍କର ଅନ୍ୟ ଜଣେ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଅଛନ୍ତି। ଏମାନଙ୍କ ବ୍ୟତୀତ ପୂର୍ବତନ ନ୍ୟୁୟର୍କ ସିଟି ମେୟର ମାଇକେଲ ବ୍ଲୁମ୍‌ବର୍ଗ, କଂଗ୍ରେସ ସଦସ୍ୟ ବେଟୋ ଓ ରୁର୍‌କି, ସିନେଟର କୋରି ବୁକର, ଆମି କ୍ଲୋବୁଚାର, ସେରଡ ବ୍ରାଉନ୍‌, କିଷ୍ଟର୍ଣ୍ଣ ଗିଲିବ୍ରାଣ୍ଡ, ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍‌ ଓ ୨୦୧୬ରେ ପ୍ରତିଦ୍ବନ୍ଦ୍ବିତା କରିଥିବା ସିନେଟର ବର୍ଣ୍ଣି ସ୍ୟାଣ୍ଡର୍ସ ଡେମୋକ୍ରାଟିକ ଦଳରୁ ପ୍ରାର୍ଥିତ୍ବ ଦୌଡ଼ରେ ଅଛନ୍ତି। ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ମଧ୍ୟ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି।

Leave A Reply