ଶତ୍ରୁଘ୍ନଙ୍କଠାରୁ ବିମାନବନ୍ଦରରେ ଭିଆଇପି ସୁବିଧା ହଟିଲା

0

ପାଟନା : ବିଦ୍ରୋହୀ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶତ୍ରୁଘ୍ନ ସିହ୍ନାଙ୍କଠାରୁ ପାଟନାସ୍ଥିତ ଜୟପ୍ରକାଶ ନାରାୟଣ ବିମାନବନ୍ଦର କର୍ତ୍ତୃପକ୍ଷ ଭିଆଇପି ସୁବିଧା ହଟାଇ ନେଇଛନ୍ତି। ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଏହି ସୁବିଧାର ଅବଧି ରହିଥିଲାବେଳେ ୬ମାସ ପୂର୍ବରୁ ହଟାଇ ଦିଆଯାଇଛି। ଏହା ଦ୍ବାରା ତାଙ୍କୁ ଏଣିକି ସାଧାରଣ ଯାତ୍ରୀଙ୍କ ପରି ସୁରକ୍ଷା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ ଓ ତାଙ୍କ ଗାଡ଼ିକୁ ଭିତରେ ପ୍ରବେଶ ଅନୁମତି ମିଳିବ ନାହିଁ।

Leave A Reply