www.samajalive.in
Sunday, December 7, 2025
23.1 C
Bhubaneswar

କାଶ୍ମୀର ଓ ହିମାଳଚଳରେ ପ୍ରବଳ ତୁଷାରପାତ ନେଇ ଚେତାବନୀ

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‍ସିଆର ସମେତ ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ ଶୀତ ଲହରୀ ଜାରି ରହିଛି। ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ପୀରପାଞ୍ଜଳରେ ତୁଷାରପାତ ହୋଇଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ତୁଷାରପାତକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଏପଟେ ମଧ୍ୟପ୍ରଦେଶ ଓ ରାଜସ୍ଥାନର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ତଳେ ରହିଛି। ଭୋପାଳରେ ବୁଧବାର ତାପମାତ୍ରା ୮.୮ ଡିଗ୍ରୀ ଏବଂ ପଞ୍ଜାବର ଭଟିଣ୍ଡାର ତାପମାତ୍ରା ୦.୭ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଛି। ଦିଲ୍ଲୀ ଏନ୍‍ସିଆରରେ ସର୍ବନିମ୍ନ ତାପମାତ୍ରା ୨.୨ ଡିଗ୍ରୀ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଉ ଗୋଟିଏ ସପ୍ତାହ ଏହି ଭଳି ଶୀତ ଅନୁଭୂତ ହେବ। ରାଜସ୍ଥାନର ରାଜଧାନୀ ଜୟପୁରରେ ସର୍ବନିମ୍ନ ତାପମାତ୍ରା ୬.୧ ଡିଗ୍ରୀ, ଉଦୟପୁରରେ ତାପମାତ୍ରା ୫.୮ ଡିଗ୍ରୀ, ଯୋଧପୁରରେ ତାପମାତ୍ରା ୬.୫ ଡିଗ୍ରୀ ଓ ଜୈସଲମେରରେ ତାପମାତ୍ରା ୬.୨ ଡିଗ୍ରୀ ସେଲସିୟସ ରହିଛି। ତେବେ ରାଜସ୍ଥାନର ଫତେପୁରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୦.୪ ଡିଗ୍ରୀ ସେଲସିୟ ଥିବାବେଳେ ଭିଲୱାଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ, ଅଲୱାର ୩.୮ ଡିଗ୍ରୀ, ମାଉଣ୍ଟଆବୁ ୩.୦ ଡିଗ୍ରୀ, ସିକର ୩.୦ ଡିଗ୍ରୀ, ଚିତୋରଗଡ଼ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ରହିଛି। ମଧ୍ୟପ୍ରଦେଶର ପଞ୍ଚମରାହିର ତାପମାତ୍ରା ବିଯୁକ୍ତ ୧ ଡିଗ୍ରୀ, ଇନ୍ଦୋର ତାପମାତ୍ରା ୮.୨ ଡିଗ୍ରୀ, ଗ୍ୱାଲିୟର ତାପମାତ୍ରା ୪.୧ ଡିଗ୍ରୀ ଏବଂ ଜବଲପୁର ତାପମାତ୍ରା ୬.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ହରିୟାଣାର ଗୁରୁଗ୍ରାମରେ ବୁଧବାର ସକାଳେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨.୨ ଏବଂ ୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପଞ୍ଜାବର ଫରିଦକୋଟରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ, ଅମୃତସର ତାପମାତ୍ରା ୬.୫ ଡିଗ୍ରୀ, ଲୁଧିଆନାର ୫ ଡିଗ୍ରୀ ଏବଂ ପଟିଆଲାରେ ତାପମାତ୍ରା ୫.୬ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories