ଭାରତ-ପାକ୍‌ ମଧ୍ୟରେ ଆଣବିକ ପ୍ରତିଷ୍ଠାନ ଓ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଦିଆନିଆ

0

ନୂଆଦିଲ୍ଲୀ : ପାକିସ୍ତାନ ସରକାର ମଙ୍ଗଳବାର ନିଜ ଦେଶର ଆଣବିକ ପ୍ରତିଷ୍ଠାନ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଭାରତକୁ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ୧୯୮୮ ଡିସେମ୍ବର ୩୧ରେ ସ୍ବାକ୍ଷରିତ ଓ ୧୯୯୧ ଜାନୁଆରୀ ୨୭ରେ କାର୍ଯ୍ୟକ୍ଷମ ହୋଇଥିବା ରାଜିନାମା ଆଧାରରେ ପାକିସ୍ତାନ ସରକାର ଏ ସବୁର ତାଲିକା ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କୁ ପ୍ରଦାନ କରିଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ରାଜିନାମା ଅନୁସାରେ କୌଣସି ପକ୍ଷ କାହାରି ଆଣବିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିପାରିବେ ନାହିଁ। ସେହିଭଳି ଭାରତୀୟ କର୍ତ୍ତୃପକ୍ଷ ମଧ୍ୟ ପାକିସ୍ତାନ ପ୍ରତିପକ୍ଷଙ୍କୁ ନିଜ ଦେଶର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତାଲିକା ପ୍ରଦାନ କରିଛନ୍ତି। ସମସ୍ତ ବାଦବିବାଦ ସତ୍ତ୍ବେ ୧୯୯୨ରୁ ପ୍ରତିବର୍ଷ ଜାନୁଆରୀ ୧ରେ ନିୟମିତ ଭାବେ ଉଭୟ ରାଷ୍ଟ୍ର ଏହି ତାଲିକା ଆଦାନ ପ୍ରଦାନ କରିଆସୁଛନ୍ତି।

Leave A Reply