ଆତଙ୍କ ସୃଷ୍ଟି କଲେ ୨୪ ଟିକିଆ ହାତୀପଲ, ଲୋକେ ଭୟଭୀତ

ପାଟଣା : କିଛି ଦିନ ହେବ ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ଓ ପାଟଣା ବ୍ଲକ ର ବିଭିନ୍ନ ଗ୍ରାମରେ ୨୪ ଟିକିଆ ହାତୀ ପଲ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି । ଗତକାଲି ରାତିରେ ହାତୀପଲ ଦୁଇ ଭାଗ ହୋଇ ସାହାରପଡା ବ୍ଲକର ଗଣ୍ଡବେଡା, ଖୁଣ୍ଟାପଡା, ସିଲିପଦା ଆଦି ପଞ୍ଚାୟତର ଅନେକ ଗ୍ରାମରେ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ଯିବା ସହିତ ପନିପରିବା ନଷ୍ଟ କରିଛନ୍ତି।

ଖୁଣ୍ଟା ପଡା ଗ୍ରାମର ଦୁଇ ଜଣଙ୍କ ଘର ଭାଙ୍ଗି ଥିବା ବେଳେ ପିପିଳିଆ ଗ୍ରାମରେ ଜଣଙ୍କ ଘର ଭାଙ୍ଗିଛନ୍ତି । ସୁହାଗପୁର ଗ୍ରାମରେ ମଧ୍ୟ ଅନେକ ଘର ଭାଙ୍ଗି ଥିବା ଜାଣିବାକୁ ମିଳିଛି । ହାତୀପଲ ରୁ ୮ ଟି ହାତୀ ଅଲଗା ହୋଇ ବଲାଣିପଶି ନୂଆ ସାହି ରେ ପଶି ଶୁକ୍ରା ନାଏକ ଓ ମଙ୍ଗଳୁ ନାଏକଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ଯାଇଛନ୍ତି । ଏହାସହ ପନିପରିବା ମଧ୍ୟ ନଷ୍ଟ କରିଛନ୍ତି । ଗ କାଲି ରାତିରୁ ଘଟଣା ଘଟିଥିଲେ ମଧ୍ୟ ବନ ବିଭାଗର କୌଣସି ଅଧିକାରୀ ଏ ପର୍ଯ୍ୟନ୍ତ କ୍ଷତି ଗ୍ରସ୍ତ ଅଞ୍ଚଳକୁ ଆସି ନ ଥିବା ବଲାଣିପଶି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାସହ  କ୍ଷତି ଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Comments are closed.