www.samajalive.in
Monday, December 15, 2025
15.1 C
Bhubaneswar

ମାଷ୍ଟରକାର୍ଡ ନା ଭିସା କାର୍ଡ, ଜାଣନ୍ତୁ କେଉଁଟି ଲାଭଦାୟକ..

ନୂଆଦିଲ୍ଲୀ : ଆପଣ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ସମ୍ପର୍କରେ ଶୁଣିଥିବେ କିମ୍ବା ବ୍ୟବହାର ମଧ୍ୟ କରୁଥିବେ । ଏଥିରେ ରୂପେ କାର୍ଡ, ଭିସା କାର୍ଡ କିମ୍ବା ମାଷ୍ଟରକାର୍ଡ ଆଦି ଲିଖିତ ରହିଥାଏ । ସେପ୍ଟେମ୍ବର ୨୦୨୪ରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ କାର୍ଡ ଚୟନ କରିବାକୁ ସ୍ବାଧୀନତା ଦେଇଛି । ଗ୍ରାହକ ନିଜ ପସନ୍ଦର କାର୍ଡ ଚୟନ କରିପାରିବେ । ଗ୍ରାହକଙ୍କୁ ନୂଆ କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିବା ସମୟରେ କିମ୍ବା ରିନ୍ୟୁଅଲ କରିବା ସମୟରେ ମାଷ୍ଟରକାର୍ଡ, ରୂପେ ବା ଭିସା ଚୟନ କରିବାର ସୁବିଧା ମିଳିବ । ପୂର୍ବରୁ ବ୍ୟାଙ୍କ ନିଜ ସୁବିଧା ଅନୁସାରେ ଏହା ଗ୍ରାହକଙ୍କୁ ପ୍ରଦାନ କରୁଥିଲା ।

ଭିସା, ମାଷ୍ଟରକାର୍ଡ ଓ ରୂପେ ୩ ପେମେଣ୍ଟ ନେଟଓ୍ବର୍କ କମ୍ପାନୀ । ଏହି କମ୍ପାନୀମାନେ କାର୍ଡ ଜରିଆରେ କ୍ୟାଶଲେସ୍ ପେମେଣ୍ଟ ସୁବିଧା ଯୋଗାଇଦିଅନ୍ତି । ରୂପେ କାର୍ଡ ଭାରତୀୟ କମ୍ପାନୀ । ଏହା ସମସ୍ତ ଭାରତୀୟ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀଙ୍କ ସହ ପୈଠ ସୁବିଧା ଯୋଗାଇଦିଏ । ତେବେ ଭିସା ଓ ମାଷ୍ଟରକାର୍ଡ ବିଦେଶୀ ପୈଠ ନେଟଓ୍ବର୍କ କମ୍ପାନୀ । ଭିସା ଦୁନିଆର ସବୁଠାରୁ ବଡ ପେମେଣ୍ଟ ନେଟଓ୍ବର୍କ । ମାଷ୍ଟରକାର୍ଡ ଏହି ତାଲିକାରେ ଦ୍ବିତୀୟ ନମ୍ବରରେ ରହିଛି । ବିଦେଶୀ କମ୍ପାନୀ ହୋଇଥିବାରୁ ଏଗୁଡିକର ସୁବିଧା ସବୁ ଦେଶରେ ମିଳିଥାଏ । ଆପଣ ଏହି କାର୍ଡକୁ ବିଦେଶରେ ମଧ୍ୟ ବ୍ୟବହାର କରିପାରିବେ ।

- Advertisement -

ରୂପେ କାର୍ଡ ଇଣ୍ଡିଆନ ପେମେଣ୍ଟ ନେଟଓ୍ବର୍କ । ଏହାକୁ ଦେଶ ଭିତରେ ବ୍ୟବହାର କରାଯାଏ ଏବଂ ଅନ୍ୟ ୨ ପେମେଣ୍ଟ ନେଟଓ୍ବର୍କ ତୁଳନାରେ ବହୁତ କମ୍ ସର୍ଭିସ ଚାର୍ଜ ନେଇଥାଏ । ଏଥିରେ ଭିସା ଓ ମାଷ୍ଟରକାର୍ଡ ତୁଳନାରେ କୌଣସି ଅନ୍ୟ ସର୍ଭିସ ଚାର୍ଜ ଟାଇପ୍ ଲାଗିନଥାଏ । କିନ୍ତୁ ଏହି କାର୍ଡ ବ୍ୟବହାରର ସୀମା ରହିଛି । ଏଥିରେ ବିଦେଶୀ ଟ୍ରାଞ୍ଜାକ୍ସନ କରିହୋଇନଥାଏ । ତେବେ ଯଦି ଗ୍ରାହକ କେବଳ ଦେଶ ଭିତରେ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏହା ଏକ ଉତ୍ତମ ବିକଳ୍ପ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories