କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ଗ୍ରାମପଞ୍ଚାୟତର ତଳରମ୍ଭା ଗ୍ରାମରେ ବହୁ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। ଗାଁରେ ପ୍ରାୟ ୭ଦିନ ଧରି ଝାଡ଼ାବାନ୍ତି ବ୍ୟାପିଛି। ଗ୍ରାମର ୬ଜଣ କୁନାକା ଦାସନା(୩୫), ଗାଉରୁ କୁନାକା (୫୦), ଲକ୍ଷ୍ମୀ ତିଆକା (୩୦), ମାଙ୍ଗାଳି ମାଣ୍ଡିକା (୩୫), କାମୀ କୁନାକା (୪୦), ଇଲାଇ କାଡ୍ରାକା(୩୦) ଝାଡ଼ାବାନ୍ତିରେ ଗୁରୁତର ହେବାରୁ ଶନିବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଗ୍ରାମରେ ହେମନ୍ତି କୁନାକା, ଧର୍ମେନ୍ଦ୍ର ମାଣ୍ଡିକା, ଲୋକେଶ ମାଣ୍ଡିକା, ଦୀପି ମାଣ୍ଡିକା ସମେତ ବହୁ ସଂଖ୍ୟକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଡାକ୍ତରୀ ଦଳ ପହଞ୍ଚି ରୋଗୀଙ୍କ ରକ୍ତ ନମୂନା ସଂଗ୍ରହ କରି ଔଷଧ ଦେଇଛନ୍ତି। କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଛି ତାହା ଜଣାପଡୁନାହିଁ। ବର୍ତ୍ତମାନ ତଳରମ୍ଭା ଗାଁରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
Popular Categories



