www.samajalive.in
Tuesday, December 9, 2025
15.1 C
Bhubaneswar

ଦମ୍ପତିଙ୍କୁ ଆକ୍ରମଣ, ୨ ଭାଇ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳରେ ଦୋକାନ କରିଥିବା ଦମ୍ପତିଙ୍କୁ ଆକ୍ରମଣ କରିବା ଘଟଣାରେ ସ୍ଥାନୀୟ ପୁଲିସ ଶନିବାର ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୋରଳ ଗ୍ରାମର କାଳିଆ ବେହେରା (୨୮) ଓ ତା’ ସାନ ଭାଇ ଭୁବନା ବେହେରା (୨୭)।

ସୂଚନା ଅନୁସାରେ, ସୋରଳ ଗ୍ରାମରେ ସଞ୍ଜୁଲତା ବେହେରା ଏକ ଗ୍ରୋସରୀ ଦୋକାନ କରିଛନ୍ତି। ଗତ ୩ ତାରିଖରେ ରାତିରେ କାଳିଆ ଓ ଭୁବନା ଦୁଇ ଭାଇ ଆସି ଗ୍ରୋସରୀ ସାମଗ୍ରୀ ମାଗିଥିଲେ। ନେଲା ପରେ ସଞ୍ଜୁଲତା ଟଙ୍କା ମାଗିଥିଲେ। ଉଭୟ ଟଙ୍କା ଦେଇ ନ ଥିଲେ। ଏହାକୁ ନେଇ ସଞ୍ଜୁଲତା ଓ ଦୁଇ ଭାଇଙ୍କ ମଧ୍ୟ୍ରେ ଯୁକ୍ତି ତର୍କ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଲୁହା ରଡ୍‌ରେ କାଳିଆ ଓ ଭୁବନା ସଞ୍ଜୁଲତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ସ୍ତ୍ରୀକୁ ଆକ୍ରମଣରୁ ରକ୍ଷା କରିବା ପାଇଁ ତାଙ୍କ ସ୍ୱାମୀ ଆସିବା ବେଳେ ତାଙ୍କୁ ମଧ୍ୟ ଅଭିଯୁକ୍ତମାନେ ଆକ୍ରମଣ କରି ରକ୍ତାତ କରି ଦେଇଥିଲେ। ପରେ ଘଟଣା ସ୍ଥଳରୁ ଉଭୟେ ଚମ୍ପଟ ମାରିଥିଲେ। ପରିବାର ଓ ସ୍ଥାନୀୟ ଲୋକେ ଆହତ ଦମ୍ପତିଙ୍କୁ  ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସଞ୍ଜୁଲତା ଶୁକ୍ରବାର ଦିନ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ଏକ ମାମଲା(୩୯୬/୨୪) ରୁଜୁ ହୋଇଥିବାବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories