ଶିକ୍ଷୟିତ୍ରୀ ଅନସୂୟା ଦେବତାଙ୍କୁ ମହାଦେବ ଭୋଇ ସ୍ମୃତି ସମ୍ମାନ
ରେଙ୍ଗାଲିକ୍ୟାମ୍ପ: ବରଗଡ଼ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାରରେ ବରଗଡ଼ର ପୁଣ୍ୟାତ୍ମା ବରପୁତ୍ର କର୍ମଯୋଗୀ ମହାଦେବ ଭୋଇଙ୍କ ୯୪ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଅନସୂୟା ଦେବତାଙ୍କୁ “ମହାଦେବ ଭୋଇ ସ୍ମୃତି ସମ୍ମାନ ୨୦୨୪” ପ୍ରଦାନ କରାଯାଇଛି। ସ୍ମୃତି କମିଟି ସଂଯୋଜକ ଡଃ ଡୋଲାମଣି ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ(କୁନା) ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଶିକ୍ଷକ, ନାଟ୍ୟକାର ତଥା ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ମୁଖ୍ୟବକ୍ତା ଭାବରେ ମଞ୍ଚାସୀନ ରହିଥିଲେ। ମଞ୍ଚାସୀନ ଅତିଥି ମହାଦେବ ସାହୁଙ୍କ ସ୍ମୃତିଚରଣ କରିବା ସହିତ ତାଙ୍କର ନିଷ୍ଠା, ଦୃଢ଼ ମନୋବଳ ଓ କର୍ମ ତତ୍ପରତା ଉପରେ ଅଭିଭାଷଣ ରଖିଥିଲେ। ଏହି ଅବସରରେ ବରଗଡ଼ ଜିଲ୍ଲାର ଅନେକ କୃତି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା। ଅତାବିରାରୁ ଧର୍ମରାଜ ପ୍ରଧାନ ଓ ସୁବାସ ପ୍ରଧାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶ୍ରୀମତୀ ଦେବତା ଏକାଧାରରେ ଜଣେ ଶିକ୍ଷୟିତ୍ରୀ, କବୟିତ୍ରୀ, ଗାୟିକା ଓ ଜଣେ ସମାଜସେବୀ ମଧ୍ୟ ଅଟନ୍ତି।
Comments are closed.