www.samajalive.in
Monday, December 8, 2025
27.1 C
Bhubaneswar

ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଫୁଲବାଣୀ: ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଏବଂ ଏନଏସଏସ ୟୁନିଟର ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୮୪ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁବାସ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ। ଶିବିରରେ ମୁଖ୍ୟ ଚିକିତ୍ସାଧିକାରୀ ଡ଼. ବିଜୟ କୁମାର ପଣ୍ଡା, ଫୁଲବାଣୀ ବ୍ଲଡ ବ୍ୟାଙ୍କ ଅଧିକାରୀ ଡ଼. ଜୟଦୀପ ଘୋଷଙ୍କ ନେତୃତ୍ୱରେ ଦୀନକୃଷ୍ଣ ମହନ୍ତ, ସମାଜସେବୀ ପ୍ରଶାନ୍ତ କୁମାର ବେହେରା, ଭି. ଲୋକନାଥ ଓ ଅନ୍ୟ ସହକାରୀ କାର୍ଯ୍ୟକର୍ତ୍ତାମାନେ ମିଳିତ ଭାବେ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜିକା ତଥା ପ୍ରାଣୀ ବିଭାଗ ଅଧ୍ୟାପିକା ଡ଼. ଅଭିପ୍ସା ବଳ ଓ ଏନଏସଏସ ପ୍ରୋଗ୍ରାମ ଅଧିକାରୀ ବିପିନ ବେହେରା ଶିବିର ପରିଚାଳନା କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories