www.samajalive.in
Wednesday, December 10, 2025
15.1 C
Bhubaneswar

ମନୋରମା ହତ୍ୟା ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତ ଅଜୟ ମୃତ

କେନ୍ଦୁଝରଗଡ଼଼: କେନ୍ଦୁଝର ସହର ପବିତ୍ରଡିହାରେ ଭଡା ଘରେ ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡଝିଅ ମନୋରମା (୨୦)କୁ ଚଳିତମାସ ୪ ତାରିଖ ଅପରାହ୍ନରେ ଘରେ ପଶି କେହି ଗଳାକାଟି ହତ୍ୟା କରିଥିବା ଘଟଣା କେନ୍ଦୁଝର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମନୋରମାଙ୍କ ସାନଭଉଣୀ ମାନସୀଙ୍କ ଅଭିଯୋଗକୁ ଭିତ୍ତିକରି ଟାଉନ ପୁଲିସ ପକ୍ଷରୁ ସିସିଟିଭି ଓ ସାଇଣ୍ଟିଫିକ୍‌‌ ଟିମ୍‌‌ ଦ୍ୱାରା ଯାଞ୍ଚ ପରେ ପ୍ରାଥମିକ ତଦନ୍ତ ଅନୁଯାୟୀ ଏହି ହତ୍ୟା ଘଟଣାରେ ମୃତ ମନୋରମାଙ୍କ ପୁରୁଷବନ୍ଧୁ ଭଦ୍ରକ ଜିଲା ବନ୍ତ ଥାନା ଅଧିନ ରାମେଶ୍ୱରପୁର ଡଳଙ୍ଗ ଗ୍ରାମର ନରେନ୍ଦ୍ର ସାହୁଙ୍କ ପୁଅ ଅଜୟ (୨୪) ବୋଲି ଜଣାପଡ଼ିଥିଲା।

ଅଭିଯୁକ୍ତ ଅଜୟର ମୋବାଇଲ ସୁଇଚ୍‌‌ ଅଫ୍‌‌ ଥିବାରୁ ପୁଲିସର ସନ୍ଦେହ ଅଧିକ ଘନିଭୁତ ହେବାରୁ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୬ଟି ସ୍ୱତନ୍ତ୍ର ଟିମ୍‌‌ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା। ସେହି ୪ ତାରିଖ ମଧ୍ୟରାତ୍ରିରେ ଝାରସୁଗୁଡା ନିକଟସ୍ଥ ରେଳ ଧାରଣାରୁ ଏକ ମୃତଦେହକୁ ରେଳବାଇ ପୁଲିସ ଊର୍ଦ୍ଧ୍ବାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିଲା।

- Advertisement -

ତେବେ ପରବର୍ତ୍ତି ସମୟରେ ରେଳ ଟ୍ରାକରୁ ଊର୍ଦ୍ଧ୍ବାର ହୋଇଥିବା ମୃତ ଯୁବକ ଜଣକ ଭଦ୍ରକ ଜିଲା ବନ୍ତ ଥାନା ରାମେଶ୍ୱରପୁର ଡଳଙ୍ଗ ଗ୍ରାମର ବୋଲି ଜଣାପଡ଼ିବା ପରେ ଏ ସମ୍ପର୍କରେ ଝାରସୁଗୁଡା ରେଳବାଇ ପୁଲିସ ପକ୍ଷରୁ କେନ୍ଦୁଝର ପୁଲିସ ରବିବାର ଅବଗତ ହେବାପରେ ମନୋରମା ହତ୍ୟା ଘଟଣାର ପଦ୍ଦାଫାସ୍‌‌ କରିବା ସହ ମୁଖ୍ୟ ଅଭିଯୁକ୍ତ ଅଜୟ ମୃତ ବୋଲି କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ରବିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ତେବେ ମନୋରମାକୁ ହତ୍ୟା କରିଥିବା ଘଟଣା ସ୍ପଷ୍ଟ ହୋଇଥିବା ବେଳେ ମନୋରମା ହତ୍ୟାକାଣ୍ଡର ଅଭିଯୁକ୍ତ ଅଜୟ ଆତ୍ମହତ୍ୟା କରିଛି ନା କେହି ହତ୍ୟା କରି ରେଳ ଧାରଣାକୁ ଫିଙ୍ଗି ଦିଆଯାଇଛି ତାହା ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଏସ୍‌‌.ପି ଶ୍ରୀ କୁଶଲକର କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories