www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜାମ ସହର ମୁଖ୍ୟ ରାସ୍ତାରେ ବୁଲା ଗାଈଗୋରୁଙ୍କ ଉପଦ୍ରବ

ଗଞ୍ଜାମ: ଗଞ୍ଜାମ ସହରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବୁଲା ଗାଈଗୋରୁଙ୍କ ଉପଦ୍ରବ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଫଳରେ ସାଧାରଣ ଲୋକେ ସନ୍ଧ୍ୟାରେ ଯାତାୟତବେଳେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧା ପାଇଁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। କାଉନସିଲ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇ ଗାଈଗୋରୁ ଧରା ହୋଇ କଲ୍ୟାଣପୁର ଯୋଡ଼ିରେ ରଖାଯିବ ଏବଂ ଗାଈ ରଖିଥିବା ମାଲିକଙ୍କଠାରୁ ୧ ହଜାର ଟଙ୍କା ଜୋରିମାନା ପାଇଁ ମଧ୍ୟ ସ୍ଥିର ହୋଇଛି। ତାହା କେବଳ ଲେଖା ମଧ୍ୟରେ ସୀମିତ ରହିଛି। କାର୍ଯ୍ୟକାରୀ ହୋଇନି। ଫଳରେ ବର୍ତ୍ତମାନ ସନ୍ଧ୍ୟା ସମୟରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ, ବୁଲା ଗାଈଗୋରୁଙ୍କୁ ରୋକିବା ପାଇଁ ଏନଏସି ପକ୍ଷରୁ ଗତ କିଛି ବର୍ଷ ତଳେ କାଇଞ୍ଚପୁର ପଂଚାୟତର କଲ୍ୟାଣପୁର ନିକଟରେ କାଂଜିଆ ହୁଦା ନିର୍ମାଣ ହୋଇଥିଲା। ଏହି ବୁଲା ଗାଈଗୋରୁଙ୍କୁ ଧରିନେଇ ସେଠାରେ ରଖାଯିବା ସହିତ ଉକ୍ତ ଗୋରୁ ଗାଈଙ୍କ ମାଲିକଠାରୁ କିଛି ଜୋରିମାନା ଆଦାୟ କରାଯିବାର ବ୍ୟବସ୍ଥା ରହିଥିଲା। କିନ୍ତୁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇ ନ ଥିବାବେଳେ ତାହା କେବଳ ନାମକୁ ମାତ୍ର ନିର୍ମାଣ ହୋଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିବା କାଂଜିଆ ହୁଦା ଅଦରକାରୀ ଭାବେ ପଡ଼ି ରହିଛି। ଅନ୍ୟପଟେ ସହରରେ ଗାଈଗୋରୁଙ୍କ ଉପଦ୍ରବ ସମସ୍ୟା ବଢ଼ି ଚାଲିଛି। ବିକାଶର ଡିଣ୍ଡିମ ପିଟୁଥିବା ଏନଏସି କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଦେଖିଲେ ଏହା ବିକାଶ ଏକ ନଗ୍ନ ନମୂନା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ହେବାକୁ ଦାବି ହେଉଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories