www.samajalive.in
Monday, December 8, 2025
27.1 C
Bhubaneswar

ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟା

କେନ୍ଦୁଝରଗଡ଼଼ : ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ କେନ୍ଦୁଝର ବନଖଣ୍ଡ ପକ୍ଷରୁ ରବିବାର ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ହାତୀ-ମଣିଷ ଲଢ଼େଇ ସମ୍ପର୍କିତ କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡିଙ୍କ ଅଧ୍ୟକ୍ଷତାରେ ଦରବାରହଲ ଠାରେ ଆୟୋଜିତ ଏହି ବୈଠକରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶେଷକରି କେନ୍ଦୁଝର ଜିଲାରେ ବୃଦ୍ଧି ପାଉଥିବା ହାତୀ-ମଣିଷ ଲଢ଼େଇ ନେଇ ଉଦ୍‌‌ବେଗ ପ୍ରକାଶ କରିବା ସହ ବନ୍ୟପ୍ରାଣୀ କିଭଳି ସୁରକ୍ଷା ଓ ସଂରକ୍ଷଣ କରାଯାଇ ପାରିବ ସେ ନେଇ ସାଧାରଣରେ ବ୍ୟାପକ ସଚେତନତା ନିହାତି ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ।

ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ବେଳୁହିଁ ଏଥିପ୍ରତି ମାନବ ସମାଜ ଅଧିକ ଯତ୍ନବାନ ହେବା ସମୟ ଆସିଛି ବୋଲି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ରାହାସ ବିହାରୀ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ବିରଳ ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ନେଇ କେନ୍ଦୁଝର ବନଖଣ୍ଡ ବିଭାଗ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଏ ଦିଗରେ ଜନସାଧାରଣଙ୍କ ସହଭାଗୀତା ନିହାତି ଜରୁରୀ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ଏଚ.ଡି ତାଙ୍କ ସଭାପତିୟ ଅଭିଭାଷଣରେ ଏହା କହିଥିଲେ।

- Advertisement -

ଏଥିସହ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ କିଭଳି ବନ୍ୟପ୍ରାଣୀ ସଂରକ୍ଷଣ ଓ ହାତୀ-ମଣିଷ ଲଢ଼େଇକୁ ରୋକାଯାଇ ପାରିବ ସେ ସମ୍ପର୍କରେ ବନଖଣ୍ଡ ଅଧିକାରୀ ଶ୍ରୀ ଏଚ.ଡି ବିସ୍ତୃତ ଭାବେ ବୁଝାଇଥିଲେ। ଚମ୍ପୁଆ ଓ ସାହାରପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲାପରିଷଦ ସଦସ୍ୟ ସଦସ୍ୟା, ସାଂସଦ ପ୍ରତିନିଧି, ସ୍ୱେଛାସେବୀ ସଙ୍ଗଠନର କର୍ମକର୍ତ୍ତା ଓ ବିଭିନ୍ନ ବନ ସୁରକ୍ଷା ସମିତିର ସଦସ୍ୟଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସହକାରୀ ବନସଂରକ୍ଷକ ଅଶୋକ କୁମାର ଦାସ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶେଷରେ ଅନ୍ୟତମ ସହକାରୀ ବନସଂରକ୍ଷକ କେ.ନାଗରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories