www.samajalive.in
Monday, December 8, 2025
27.1 C
Bhubaneswar

ଖୁଣ୍ଟୁଣୀ ଥାନା ସମ୍ମୁଖରେ ୨ଗୋଷ୍ଠୀ ଗଣ୍ଡଗୋଳ ଘଟଣା, ୨ ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ପୁଲିସ ଥାନା ସମ୍ମୁଖରେ ଗଣ୍ଡଗୋଳ ଘଟଣାରେ ପୁଲିସ ଘଣ୍ଟିଖାଲର ଗଣେଶ ଦାସ ଓ ମେଘାର ଅଜୁ ପାତ୍ରକୁ ଗିରଫ କରିଅଛି। ଏହି ଗଣ୍ଡଗୋଳ ଘଟଣାରେ ପୁଲିସ ମୋଟ ୩ଜଣଙ୍କୁ କିରଫ କରିଛି। ଗତକାଲି ବିଜେଡିର ଆଗଧାଡିର କର୍ମୀ ରଞ୍ଜନ ଜେନାଙ୍କୁ ଗିରଫ କରିଥିବା ବେଳେ ଆଜି ଗଣେଶ ଓ ଅଜୁକୁ ଗିରଫ କରିଛି।

ପ୍ରକାଶଯୋଗ୍ୟ ଗତ ୩ ଦିନ ତଳେ ଖୁଣ୍ଟୁଣୀ ଥାନା ପାଖରେ ହିନ୍ଦ ମଜଦୂର ସଂଘ ଓ ଆରତୀ ଷ୍ଟିଲ ଆଣ୍ଡ ପାୱାର ମଜଦୂର  ୟୁନିୟନ କର୍ମକର୍ତ୍ତାମାନେ ଆରତୀ କାରଖାନା ବିରୋଧରେ ପ୍ରତିବାଦ ସଭା ଓ ନାରାବାଜି ଦେଉଥିବା ବେଳେ ଏକ ନିର୍ଦ୍ଧିଷ୍ଟଦଳର କିଛି କର୍ମୀ ହାତରେ ପତାକା ଧରି ସେଠାକୁ ପଶିଯାଇଥିଲେ। ଫଳରେ ଧସ୍ତାଧସ୍ତି,ଠେଲାପେଲା ଓ ମାରଧର ହୋଇଥିଲେ।

- Advertisement -

ଯାହା ଫଳରେ କି ୫୫ ନଂ ଜାତୀୟ ରାଜପଥ କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଏ ନେଇ ଥାନାରେ ୩ଟି ଅଭିଯୋଗ ରୁଜୁ ହୋଇଥିଲା। ଏହାକୁ ଭିତ୍ତି କରି ପୁଲିସ ଗତକାଲି ଆଗଧାଡିର ବିଜେଡି କର୍ମୀ ରଞ୍ଜନକୁ ଗିରଫ କରିଥିବା ବେଳେ ଆଜି ଗଣେଶ ଓ ଅଜୁକୁ ଗିରଫ କରିଅଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories