www.samajalive.in
Saturday, December 6, 2025
17.1 C
Bhubaneswar

ରାମଲୀଳା ବେଳେ ହୃଦଘାତ, ଚାଲିଗଲା କଳାକାରଙ୍କ ଜୀବନ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଶାହଦରାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ରାମଲୀଳା କଳାକାରଙ୍କ ମୃତ୍ୟୁ ଘଟିଛି।  ମଞ୍ଚରେ ଅଭିନୟ ସମୟରେ କଳାକାର ହୃଦଘାତର ଶିକାର ହୋଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାର ଭିଡିଓ ଏବେ ପ୍ରଘଟ ହୋଇଛି, ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି।


ନବରାତ୍ରୀ ଅବସରରେ ଦିଲ୍ଲୀର ଶାହଦରାଠାରେ ରାମଲୀଳା ମଞ୍ଚସ୍ଥ ହୋଇଥିଲା। ଶନିବାର ରାତିରେ ରାମଲୀଳାରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାର ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ଲେଫ୍ଟନାଣ୍ଟ ଏସ.କେ କୌଶିକଙ୍କ ପୁଅ ସୁଶୀଲ କୌଶିକ (୪୫) ବୋଲି ଜଣାପଡ଼ିଛି। ସେ ଶିବ ଖଣ୍ଡ ବିଶ୍ୱକର୍ମା ନଗର ଅଞ୍ଚଳ ନିବାସୀ ଥିଲେ। ବୃତ୍ତିରେ ସେ ଜଣେ ଜମି ବ୍ୟବସାୟୀ ଥିଲେ। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ସୁଶୀଲ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସେ ମଞ୍ଚରେ ସଂଳାପ ମଧ୍ୟ କହୁଛନ୍ତି। ଏହି ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି ଏବଂ ସେ ଛାତି ଉପରେ ହାତ ରଖି ମଞ୍ଚ ପଛ ପଟକୁ ଚାଲି ଯାଉଛନ୍ତି। ପୁଲିସ ସୂଚନା ମୁତାବକ, ସୁଶୀଲ କୌଶିକ ମଞ୍ଚ ଉପରେ ହିଁ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories