www.samajalive.in
Saturday, December 6, 2025
15.1 C
Bhubaneswar

ହରିୟାଣାରେ ମତଦାନ ହାର ୬୬.୯୬%, ୮ ତାରିଖରେ ଭୋଟ୍ ଗଣତି

ଡେସ୍କ: ନିର୍ବାଚନ ଆୟୋଗ ଜାରି କରିଥିବା ଚୂଡ଼ାନ୍ତ ତଥ୍ୟ ଅନୁଯାୟୀ ହରିୟାଣାରେ ୬୬.୯୬% ମତଦାନ ହୋଇଛି। ଫତେହାବାଦ ଜିଲ୍ଲାରେ ସର୍ବାଧିକ ୭୪.୫୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଫରିଦାବାଦ ଜିଲ୍ଲାରେ ସର୍ବନିମ୍ନ ୫୫.୪୬% ମତଦାନ ହୋଇଛି। ଅକ୍ଟୋବର ୮ ତାରିଖରେ ଭୋଟ୍ ଗଣତି ହେବ।

ହରିୟାଣାରେ ମତଦାନ ପରେ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ରଖାଯାଇଥିଲା। ସାଧାରଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ରଖାଯାଇଥିଲା। ଷ୍ଟ୍ରଙ୍ଗରୁମ୍ ଗୁଡ଼ିକୁ ସିଲ୍ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଇଭିଏମଗୁଡ଼ିକୁ ତିନି ସ୍ତରୀୟ ସୁରକ୍ଷାରେ ରଖାଯାଇଛି। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ର ସୁରକ୍ଷା ପାଇଁ ହରିୟାଣା ପୁଲିସ ସହ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ମୁତୟନ କରାଯାଇଛି। ସିସିଟିଭି ଜରିଆରେ ଷ୍ଟ୍ରଙ୍ଗରୁମ୍ ଉପରେ ମଧ୍ୟ ନଜର ରଖାଯାଉଛି। ଏବେ ଅକ୍ଟୋବର ୮ ତାରିଖ ଗଣତି ଦିନ ଷ୍ଟ୍ରଙ୍ଗରୁମରୁ ଇଭିଏମ୍ ମେସିନ୍ ବାହାର କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories