ମୋବାଇଲ ଆସକ୍ତ ଝିଅକୁ ପୋଡ଼ିମାରିଲା ବାପା

0

ମୁମ୍ବଇ : ଫୋନ୍‌ ନିଶାରେ ବୁଡ଼ିରହୁଥିବାରୁ ବିରକ୍ତି ପ୍ରକାଶ ପୂର୍ବକ ନିଜ ଝିଅକୁ ପୋଡ଼ି ମାରିଦେଇଛନ୍ତି ବାପା। ନୂଆ ବର୍ଷରେ ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘରଠାରେ। ସୂଚନାନୁଯାୟୀ, ଝିଅ ସବୁବେଳେ ମୋବାଇଲ ଆସକ୍ତ ରହୁଥିବାରୁ ୪୦ ବର୍ଷୀୟ ମହମ୍ମଦ ମନସୁରୀ ବାରମ୍ବାର ବିରକ୍ତି ପ୍ରକାଶ କରିଆସୁଥିଲେ। ମଙ୍ଗଳବାର ସକାଳୁ ୧୬ବର୍ଷର ଝିଅକୁ ଫୋନ୍‌ ଧରି ବସିଥିବା ଦେଖି ସେ ଖୁବ୍‌ କ୍ରୋଧାନ୍ବିତ ହୋଇଉଠିଥିଲେ। ଏଥିନେଇ ବାପ-ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଘରର ଅନ୍ୟ ସଦସ୍ୟମାନେ ବାହାରେ ଥିଲେ। ମନସୁରୀ ଅଚାନକ କିରାସିନି ଆଣି ଝିଅ ଉପରେ ଢ଼ାଳି ଦେବା ସହ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଝିଅକୁ ଉଦ୍ଧାର କରି ଜେ.ଜେ ହସ୍ପିଟାଲରେ ଭର୍ତ୍ତି କରିଥିଲେ; କିନ୍ତୁ ଶରୀରର ୭୦ପ୍ରତିଶତ ପୋଡ଼ିଯାଇଥିବାରୁ ତାର ଜୀବନରକ୍ଷା ହୋଇପାରି ନ ଥିଲା। ପୁଲିସ ନିର୍ଦୟ ବାପା ମନସୁରୀଙ୍କୁ ଗିରଫ କରିଛି।

Leave A Reply