ସ୍ବାଧୀନ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢିବେ ପ୍ରକାଶ ରାଜ
ବେଙ୍ଗାଲୁରୁ : ରାଜନୀକାନ୍ତ ଏବଂ କମଲ ହସନଙ୍କ ପରେ ଏବେ ଦକ୍ଷିଣ ଭାରତୀୟ ଅଭିନେତା ପ୍ରକାଶ ରାଜ ରାଜନୀତିରେ ପ୍ରବେଶ କରିବାକୁ ସ୍ଥିର କରିଛନ୍ତି। କୌଣସି ନିର୍ଦିଷ୍ଟ ଦଳ ପକ୍ଷରୁ ନୁହେଁ; ବରଂ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୧୯ ଲୋକସଭା ନିର୍ବାଚନ ଲଢିବେ ବୋଲି ସେ ଟ୍ବିଟର ମାଧ୍ୟମରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରକୁ ସମାଲୋଚନା କରି ରାଜ ବିବାଦ ମଧ୍ୟରେ ରହିଆସିଛନ୍ତି। ବିଶେଷକରି ତାଙ୍କ ଘନିଷ୍ଠ ବନ୍ଧୁ ତଥା ପ୍ରମୁଖ କନ୍ନଡ଼ ସାମ୍ବାଦିକ ଗୌରୀ ଲଙ୍କେଶଙ୍କୁ ଦକ୍ଷିଣପନ୍ଥୀମାନେ ହତ୍ୟା କରିବା ଘଟଣା ପରଠାରୁ ସେ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି।